କାବୁଲ ବିମାନବନ୍ଦରରେ ଆତ୍ମଘାତୀ ହମ୍‌ଲା: ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

କାବୁଲ ବିମାନବନ୍ଦରରେ ଆତ୍ମଘାତୀ ହମ୍‌ଲା: ୧୧ ମୃତ

କାବୁଲ୍‌: ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ଥିବା ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ନିର୍ବାସନ ଦଣ୍ଡ ପାଇଥିବା ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବଦୁଲ ରସିଦ୍‌ ଡୋଷ୍ଟୁମ୍‌ ଆଜି ସ୍ୱଦେଶ ଫେରିବାର ଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସମର୍ଥକ ବିମାନବନ୍ଦରର ପ୍ରବେଶ ପଥରେ ଏକାଠି ହୋଇଥିଲେ। ତେବେ ଅବୁଦଲଙ୍କ କନଭୟ ବିମାନବନ୍ଦରରୁ ଚାଲି ଯିବା ପରେ ହିଁ ଆତ୍ମଘାତୀ ହମ୍‌ଲା ହୋଇଥିଲା। ଅବଦୁଲଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଏହି ବିସ୍ଫୋରଣରେ ଅଧିକାଂଶ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇ ଏଭଳି ବିସ୍ଫୋରଣ କରାଯାଇଥିବା କୁହାଯାଉଛି।  ପୁଲିସ୍‌ କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଲୋକ ଏବଂ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଗାଡ଼ି ଧ୍ୱଂସ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ମାନବାଧିକା କ୍ଷୁଣ୍ଣ କରୁଥିବାରୁ ଅବଦୁଲଙ୍କୁ ନିର୍ବାସନ ଦଣ୍ଡ ମିଳିଥିଲା। ସେ ୨୦୧୭ ମେ ମାସରୁ ତୁର୍କୀରେ ରହୁଥିଲେ। ଆଜି ତୁର୍କୀରୁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ସେ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ସେ ମାନବାଧିକାର ବିରୋଧରେ କାର୍ଯ୍ୟ କରୁଥିଲେ ହେଁ ତାଙ୍କୁ ସ୍ୱଗାତ ପାଇଁ ଶହଶହ ଲୋକ ଏକାଠି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେହିଭଳି ଅବଦୁଲ ଆଖିରେ କଳା ଚଷମା ପିନ୍ଧି ରାଜକୀୟ ଷ୍ଟାଇଲ୍‌ରେ ଗାଡ଼ିରେ ବସି ଯାଉଥିବା ଦେଖିବାକୁ ମିଳିଥିଲା।



from OdishaReporter https://ift.tt/2LuygDl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages