
ଜଣେ ୧୨ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି। ୨୨ଜଣ ଲୋକ ୭ମାସ ଧରି ତାଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଚେନ୍ନାଇର ଅୟାନୱାରମରେ।
ଦୀର୍ଘ ୭ମାସ ଧରି ଚାଲିଥିଲା ନାବାଳିକାଙ୍କୁ ଦୁଷ୍କର୍ମ, ସିକ୍ୟୁରିଟି ଗାର୍ଡ, ଲିଫ୍ଟ ଅପରେଟର, ପ୍ଲମ୍ବର୍ ଏପରିକି ପାଣି ସପ୍ଲାୟର୍ ସହ ସେମାନଙ୍କର କିଛ ସାଙ୍ଗସାଥୀ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।
ସୂଚନା ଅନୁଯାୟୀ, ଚେନ୍ନାଇର ଅୟାନୱାରମର ଏକ ଆପାର୍ଟମେଣ୍ଟ୍ରେ ରୁହୁଥିଲେ ନାବାଳିକା। ସେହି ଆପାର୍ଟମେଣ୍ଟ୍ର ୬୬ବର୍ଷୀୟ ଲିଫ୍ଟ ଅପରେଟର ରବି କୁମାର ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତିନି ଦିନ ପରେ ସେ ତାଙ୍କର ଆଉ ଦୁଇ ଜଣ ସାଥୀକୁ ନେଇ ଆସିଲେ ଏବଂ ଦୁଷ୍କର୍ମ ସହ ନାବାଳିକାର ଭିଡିଓ ମଧ୍ୟ କରିଥିଲେ। ଏହାପରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ, ଲିଫ୍ଟ ଅପରେଟର, ପ୍ଲମ୍ବର୍ ଆସି ତାଙ୍କୁ ଦୁଷ୍କର୍ମ କଲେ। ଦୀର୍ଘ ୭ମାସ ଧିରି ଚାଲିଥିଲା ଏପରି ଅମାନୁଷିକ କାଣ୍ଡ। କାହାକୁ ଟିକେ ବି ଏସମ୍ପର୍କରେ ସୁରାକ ମଧ୍ୟ ମିଳିନଥିଲା।
ନାବାଳିକାଙ୍କ କହିବା ଅନୁଯାୟୀ, ନିଶା ଜାତୀୟ ଖାଦ୍ୟ ଦେଇ ତାଙ୍କୁ ବେହୋସ କରିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଉଥିଲା। କେବେ କେବେ ଇନ୍ଜେକ୍ସନ୍ ତ ଆଉ କେତେବେଳେ ପାଉଡର୍ ସୁଙ୍ଘାଇ ତାଙ୍କୁ ବେହୋସ କରାଯାଥିଲା ବୋଲି କହିଛନ୍ତି ନାବାଳିକା। ତେବେ ଏସବୁ କଥା ପରିବାର ଲୋକଙ୍କୁ ଜଣାଇଦେବେ ବୋଲି କହିବାରୁ ନାବାଳିକାଙ୍କ ଭିଡିଓ ଭାଇରାଲ୍ କରି ତାଙ୍କୁ ମାରିଦେବାର ଧମକ ମଧ୍ୟ ଦିଆଯାଉଥିଲା।
ଶେଷରେ ନିଯ୍ୟାତନା ବଢ଼ିବାରୁ ନାବାଳିକା ଜଣଙ୍କ ଗତ ଶନିବାର ଦିନ ଏସମ୍ପର୍କରେ ତାଙ୍କ ଭଉଣୀକୁ ଜଣାଇଥିଲେ। ଏହାପରେ ତାଙ୍କ ଭଉଣୀ ଏସବୁ କଥା ତାଙ୍କ ମାଆକୁ ଜଣାଇବା ପରେ ସେ ପୁଲିସ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ୍ ଏ ପର୍ଯ୍ୟନ୍ତ ୧୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଖୋଜୁଛି।
from OdishaReporter https://ift.tt/2JtYzom
No comments:
Post a Comment