କଳାଧନ ଉପରେ ମୋଦି ସରକାରଙ୍କ ଛାଟ: ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% ହ୍ରାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

କଳାଧନ ଉପରେ ମୋଦି ସରକାରଙ୍କ ଛାଟ: ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% ହ୍ରାସ

ନୂଆଦିଲ୍ଲୀ: କଳାଧନ ବିରୋଧରେ ମୋଦି ସରକାରଙ୍କ ଛାଟ କାମରେ ଲାଗିଛି। ମୋଦି ସରକାରଙ୍କ ଶାସନ କାଳରେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୮୦% ହ୍ରାସ ପାଇଛି। ସ୍ୱିଜରଲ୍ୟାଣ୍ଡ୍‌ ସରକାର ଏଭଳି ତଥ୍ୟ ଭାରତ ସରକାରଙ୍କୁ ଦେଇଛନ୍ତି। ନିକଟରେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୫୦% ବୃଦ୍ଧି ପାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ଏହା ଭୁଲ୍‌ ଥିଲା ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ କଳାଧନ ଉପରେ ସୂଚନା ଦେଇ କହିଛନ୍ତି, କିଛି ଦିନ ତଳେ ସ୍ୱିସ୍‌ ବ୍ୟାଙ୍କ ପକ୍ଷରୁ ଭାରତୀୟଙ୍କ ଜମା ରାଶି ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରାଯାଇଥିଲା। କିନ୍ତୁ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯିବାରୁ, ଭାରତୀୟଙ୍କ ଜମା ରାଶି ୫୦% ବଢ଼ିଛି ବୋଲି କୁହାଯାଇଥିଲା। ଭାରତୀୟଙ୍କ ଲୋନ୍‌ ଏବଂ ଜମାକୁ ହିସାବ କଲେ ଗତବର୍ଷ ତୁଳନାରେ ୩୪.୫% କମ୍‌ ରହିଛି। ସେହିପରି ମୋଦି ସରକାରଙ୍କ ଶାସନ କାଳରେ ଭାରତୀୟଙ୍କ ସ୍ୱିସ୍‌ ବ୍ୟାଙ୍କ ଜମା ରାଶି ୮୦% ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ସ୍ୱିସ୍‌ ନ୍ୟାଶନାଲ ବ୍ୟାଙ୍କ (ଏସ୍‌ଏନ୍‌ବି) ପକ୍ଷରୁ ଜାରି ରିପୋର୍ଟକୁ ଆଧାର କରି ବିରୋଧୀ ମୋଦି ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ କରିଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା ଯେ ୨୦୧୭ରେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ୫୦% ବୃଦ୍ଧି ଘଟିଛି। ଏହି ରିପୋର୍ଟକୁ ଆଧାର କରି ଆଜି ରାଷ୍ଟ୍ରୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ସାଂସଦ ରାମ କୁମାର କଶ୍ୟପ ରାଜ୍ୟସଭାରେ ସରକାରଙ୍କୁ ଏ ସଂକ୍ରାନ୍ତରେ ମତ ରଖିବାକୁ ଦାବି କରିଥିଲେ। ସେ ପ୍ରଶ୍ନ କରିଥିଲେ, ମୋଦି ସରକାର କଳାଧନ ବିରୋଧରେ ଲଢ଼େଇ କରୁଛନ୍ତି ବୋଲି କହୁଥିବା ବେଳେ ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ  ଜମା ରାଶି କେମିତି ବୃଦ୍ଧି ପାଇଲା। ସରକାରଙ୍କ ପକ୍ଷରୁ ଏହି ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ  ପ୍ରଥମେ ଏହି ଖବରରେ ସତ୍ୟତା ନାହିଁ ବୋଲି କହିଥିଲେ।  ଖବର ପ୍ରକାଶ ପାଇବା ପରେ ସ୍ୱିସ୍‌ ବ୍ୟାଙ୍କ ପକ୍ଷରୁ  ଜୁନ୍‌ ୨୮ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ବ୍ୟାଙ୍କ ପକ୍ଷରୁ ଜାରି ତଥ୍ୟକୁ ଗଣମାଧ୍ୟମମାନେ ଭୁଲ ଭାବେ ଉପସ୍ଥାପନ କରିଛନ୍ତି। ସେମାନେ ତଥ୍ୟକୁ ଠିକ୍‌ ଭାବେ ବୁଝିପାରି ନଥିଲେ। ଶ୍ରୀ ଗୋଏଲ ଆହୁରି କହିଛନ୍ତି, ୨୦୧୧ ମସିହାରେ ୟୁପିଏ ସରକାର ସ୍ୱିସ୍‌ ବ୍ୟାଙ୍କ ସହ ଏକ ବୁଝାମଣା କରିଥିଲେ, ତଦ୍‌ନୁଯାୟୀ ସ୍ୱିସ୍‌ ବ୍ୟାଙ୍କ ଭାରତୀୟଙ୍କ ଜମା ରାଶି ସଂକ୍ରାନ୍ତ ତଥ୍ୟ ସରକାରକୁ ଦେବ। କିନ୍ତୁ ୟୁପିଏ ସରକାରଙ୍କ ସମୟରେ ସ୍ୱିସ୍‌ ବ୍ୟାଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତ ସରକାରଙ୍କୁ ଦେଇ ନଥିଲା। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ୪୦୦୦ରୁ ଅଧିକ ତଥ୍ୟ ଦେବାକୁ ସ୍ୱିସ୍‌ ବ୍ୟାଙ୍କକୁ କୁହାଯାଇଛି। ଏହି ତଥ୍ୟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୧୭ ଡିସେମ୍ୱର ୨୧ରେ ଭାରତ ସରକାର ପୁଣି ସ୍ୱିସ୍‌ ବ୍ୟାଙ୍କ ସହ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ୨୦୧୮ ଜାନୁଆରୀ ୧ରୁ ଦୁଇ ଦେଶ ବିଶ୍ୱସ୍ତରୀୟ ନିୟମ ଅନୁଯାୟୀ ଉଭୟ ଦେଶ ଜମାକାରୀଙ୍କ ତଥ୍ୟ ସଂଗ୍ରହ କରିବେ। ଏହି ତଥ୍ୟକୁ ୨୦୧୯ ସେପ୍ଟମ୍ୱର ମାସରେ ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି।



from OdishaReporter https://ift.tt/2NGXXyd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages