କୋରାପୁଟରେ ଅନର୍‌ କିଲିଂ ଅଭିଯୋଗ: ଯୁବତୀଙ୍କ ବାପା, ଭାଇ ଓ ସହଯୋଗୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

କୋରାପୁଟରେ ଅନର୍‌ କିଲିଂ ଅଭିଯୋଗ: ଯୁବତୀଙ୍କ ବାପା, ଭାଇ ଓ ସହଯୋଗୀ ଗିରଫ

koraput

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲାରେ ଅନର୍‌ କିଲିଂ ଅଭିଯୋଗ। ଏକ ପ୍ରେମୀ ଯୁଗଳଙ୍କ ମୃତ୍ୟୁର ତଦନ୍ତ କରୁଥିବା ବେଳେ ଏମିତି କିଛି ତଥ୍ୟ ପାଇଛି କୋରାପୁଟ ପୁଲିସ୍‌। ହତ୍ୟା ଅଭିଯୋଗରେ ପୁଲିସ୍‌, ଝିଅର ବାପା, ଭାଇ ଓ ତିନି ସହଯୋଗୀଙ୍କୁ ଗିରଫ କରିଛି। ଏନେଇ କୋରାପୁଟ ଏସ୍‌ପି କନ୍‌ୱାର ସିଂହ ବିଶାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି- “ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଏହା ଅନର୍‌ କିଲିଂ ଘଟଣା। ୫ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ପୂରା ଘଟଣାର ତଦନ୍ତ ଚାଲିଛି। ଯଦି ଆଉ କେହି ସମ୍ପୃକ୍ତ ଥିବେ ସେମାନଙ୍କୁ ଶୀଘ୍ର ଧରାଯିବ।”

ସେ ଆହୁରି କହିଛନ୍ତି, “ଉଭୟ ସମ୍ପର୍କୀୟ ଭାଇ, ଭଉଣୀ। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା। ଏହାକୁ ପରିବାର ଲୋକେ ବିରୋଧ କରୁଥିଲେ। ବିରୋଧ ପରେ ଉଭୟ ଘର ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପରିବାର ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ହତ୍ୟା କରିଥିଲେ। ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ମୃତଦେହକୁ ରେଳ ଲାଇନ୍‌ କଡ଼ରେ ପକାଇ ଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।”

ସୂଚନାଯୋଗ୍ୟ ଯେ, ମୃତା ଯୁବତୀଙ୍କ ପରିବାର ଲୋକେ ତଦନ୍ତର ଦିଗ ବଦଳାଇବାକୁ ଅପଚେଷ୍ଟା କରିଥିଲେ। ମୃତଦେହ ମିଳିବା ପରେ ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣା ଯାଇଥିଲା। ମାସେ ଧରି ତଦନ୍ତ ହେବାପରେ, ଏହା ଅନର୍‌ କିଲିଂ ଓ ଯୁବତୀଙ୍କ ପରିବାର ଲୋକେ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଗତ ଜୁନ୍‌ ୨୧ ତାରିଖରେ କୋଟପାଡ଼ର କୁସୁମି-ଚିଲିଗୁଡ଼ା ରେଳ ଧାରଣା ନିକଟରୁ, ପୁଲିସ୍‌ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଯୁବକ ଜଣକ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଏବଂ ଯୁବତୀ ଜଣକ ହେଲେ ଧନମୋତି ମୁଦୁଲି ବୋଲି ଜଣାପଡ଼ିଥିଲା।



from OdishaReporter https://ift.tt/2Lm6c6d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages