ଗର୍ଜୁଥିବା ବାଘ ଏବେ ବିଲେଇ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଗର୍ଜୁଥିବା ବାଘ ଏବେ ବିଲେଇ!

parrikar

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ମେଣ୍ଟ ସରକାରର ଚାପ ଓ ମୁଖ୍ୟମନ୍ତ୍ରୀ ଚୌକି ଲୋଭରେ ଗର୍ଜନ କରୁଥିବା ବାଘରୁ ବିଲେଇ ହୋଇଗଲେଣି। ଏପରି ମନ୍ତ୍ରବ୍ୟ ଦେଇ ପାରିକରଙ୍କୁ ଟାର୍ଗେଟ୍‌ କରିଛନ୍ତି ଗୋଆ କଂଗ୍ରେସ୍‌ ଅଧ୍ୟକ୍ଷ ଗିରିଶ ଚୋନ୍ଦାକର।

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ଏବେ ଗୋଆ ଫର୍‌ୱାର୍ଡ ପାର୍ଟି ପରି ମେଣ୍ଟ ଦଳ ହାତରେ କଣ୍ଢେଇ ହୋଇ ରହିଯାଇଛନ୍ତି। ଏହି ଦଳର ନେତା ବିଜୟ ସରଦେସାଇ ଫର୍ମାଲିନ୍‌ ବିବାଦ ପରେ ମାଛ ମାଫିଆଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପାରିକର ଏଥିରେ ହସ୍ତକ୍ଷେପ କରୁ ନାହାନ୍ତି କି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଲାଗୁଛି ମାଛରେ ଫର୍ମାଲିନ୍ ବ୍ୟବହାର କରାଯାଉଥିବା ପ୍ରସଙ୍ଗରେ ସେ ବୁଝାମଣା କରି ନେଇଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରିକରଙ୍କୁ ବାଘ କୁହାଯାଉଥିଲା। ଏବେ ସେ ମିଆଁଉ ବି କହୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଚୌକି ମୋହରେ ସେ ଅନ୍ଧ ହୋଇଯାଇଛନ୍ତି।”

ସେ କହିଛନ୍ତି,“ବିଜେପିର ବରିଷ୍ଠ ନେତାମାନେ ବି ଏବେ କଣ୍ଢେଇ ସାଜିଛନ୍ତି। ନିଜ ନିଜ ଚୌକି ବଞ୍ଚାଇବାକୁ ସେମାନଙ୍କ ସହ ମେଣ୍ଟ କରିଥିବା ଦଳର ଅନୁଚିତ ଦାବିକୁ ସମର୍ଥନ କରୁଛନ୍ତି।”

ସୂଚନାଯୋଗ୍ୟ, ରାଜ୍ୟର ବିଜେପି ସରକାର ଫର୍ମାଲିନ୍ ପ୍ରସଙ୍ଗରେ ମାଛ ବେପାରୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ବାହାରୁ ଆମଦାନୀ ହେଉଥିବା ମାଛରୁ ଫର୍ମାଲିନ୍‌ ନମୂନା ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟ୍‌ରେ ଅଛନ୍ତି।



from OdishaReporter https://ift.tt/2mA4oHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages