
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ।। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଚ୍ଆଇଭି ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି।
ଯୁବକ ଜଣକ ପଣ୍ଡିଚେରୀରେ କାମ କରୁଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ HIV ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ସେ ଓଡ଼ିଶା ଆସି ଆନନ୍ଦପୁର, କେନ୍ଦୁଝର, ଭଦ୍ରକ ମେଡ଼ିକାଲ ଏବଂ ତାହା ସହିତ କଟକ ଏସସିବିରେ ଚିକିତ୍ସି ହୋଇଥିଲେ। ହେଲେ କେଉଁଠି ବି ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଯୁବକ ଜଣକ ହସ୍ପିଟାଲ ଆସି କେଉଁ ପରିସ୍ଥିତିରେ ଚିକିତ୍ସା ସୁବିଧା ପାଇଲେନି, ତାର ତଦନ୍ତ କରାଯିବ ବୋଲି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କହିଛନ୍ତି।
from OdishaReporter https://ift.tt/2A68KQt
No comments:
Post a Comment