ଟେଷ୍ଟ୍‌ ଟିମ୍‌ରେ ରିଷଭ ପନ୍ତ ନା ଦିନେଶ କାର୍ତ୍ତିକ? ଦ୍ୱନ୍ଦ୍ୱରେ ମ୍ୟାନେଜ୍‌ମେଣ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଟେଷ୍ଟ୍‌ ଟିମ୍‌ରେ ରିଷଭ ପନ୍ତ ନା ଦିନେଶ କାର୍ତ୍ତିକ? ଦ୍ୱନ୍ଦ୍ୱରେ ମ୍ୟାନେଜ୍‌ମେଣ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଜୋରଦାର୍‌। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧ ତାରିଖ ଠାରୁ ଖେଳାଯିବ। ହେଲେ ଏହି ମ୍ୟାଚ୍‌ରେ କିଏ ଟିମ୍‌ ଇଲେଭେନ୍‌ରେ ସାମିଲ ହେବେ ସେ ନେଇ କହିବା ମୁସ୍କିଲ୍।

ବିଶେଷ କରି କେଉଁ ୱିକେଟ୍‌ କିପର୍‌ ଦଳରେ ସ୍ଥାନ ପାଇବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆଇପିଏଲ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିବା ପରେ ନିକଟରେ ଇଣ୍ଡିଆ–ଏ ଟିମ୍‌ ପକ୍ଷରୁ ରିଷଭ ପନ୍ତ ଉନ୍ନତ ଖେଳ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଜାତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ଏବେ ଆକର୍ଷଣୀୟ ଫର୍ମରେ ଅଛନ୍ତି। ସେ ମଧ୍ୟ ଟିମ୍‌ ଇଲେଭେନ୍‌ ପାଇଁ ଦୃଢ଼ ଦାବିଦାର ବୋଲି କୁହାଯାଉଛି।

ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍‌ ପାଇଁ ୧୮ଜଣିଆ ଟିମ୍‌ ଚୟନ ହୋଇଥିବା ବେଳେ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ କେଉଁ ବୋଲ୍‌ରଙ୍କୁ ନେଇ ଦଳ ପଡ଼ିଆକୁ ଓହ୍ଲାଇବ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଆର୍‌ ଅଶ୍ୱିନ, ଜାଡ଼େଜା ଓ କୁଲଦୀବ ଯାଦବଙ୍କୁ ୧୮ ଜଣିଆ ଟିମ୍‌ରେ ସ୍ଥାନ ମିଳିଥିବା ବେଳେ ୨ଜଣ ସ୍ପିନର୍‌ଙ୍କୁ ନେଇ ଦଳ ଖେଳି ପାରେ। ଅଶ୍ୱିନ ଓ କୁଲଦୀପଙ୍କୁ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଇଂଲଣ୍ଡ ମାଟିରେ କୁଲଦୀପଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ଥିବାରୁ ତାଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।

ସେହିପରି ଫାଷ୍ଟ୍‌ ବୋଲର୍‌ ଇସାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ୍ ଯାଦବ, ପାଣ୍ଡ୍ୟା, ବୁମ୍‌ରା ଓ ସର୍ଦ୍ଧାଳୁ ଠାକୁର୍‌ଙ୍କ ମଧ୍ୟରେ କେଉଁ ୩ ଜଣ ଦଳରେ ସ୍ଥାନ ପାଇବେ ସେ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆହତ କାରଣରୁ ବୁମ୍‌ରା ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣା ପଡ଼ିଛି। ଏପରି ସ୍ଥିତିରେ ଉମେଶ ଯାଦାବ, ହାର୍ଦ୍ଦିକ ପାଣ୍ଡ୍ୟ ଖେଳିବା ସମ୍ଭାବନା ଅଧିକ ଥିବାବେଳେ ତୃତୀୟ ଫାଷ୍ଟ୍‌ ବୋଲର୍‌ ଭାବେ ମହମ୍ମଦ ସାମି ଖେଳି ପାରନ୍ତି।



from OdishaReporter https://ift.tt/2Lc6EU8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages