
ଆସିକା(ଓଡ଼ିଶା ରିପୋର୍ଟର): ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଥିବା ଏକ ଏଟିଏମ୍ କାଉଣ୍ଟରରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କେହି ଦୁର୍ବୃତ୍ତ ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ସର୍ଟର ଭଙ୍ଗୁଥିବା ବେଳେ ହଠାତ୍ ସାଇରନ୍ ବାଜି ଉଠିଥିଲା। ଫଳରେ ସ୍ଥାନୀୟ ଲୋକେ ଉଠିପଡିବା ଭୟରେ ସେ ସେଠାରୁ ଚମ୍ପଟ୍ ମାରିଥିଲେ। ଘଟଣା ସମ୍ପର୍କରେ ପାଟପୁର ଥାନା ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ମେ ମାସରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଏକ ବଡ଼ ଧରଣର ଏଟିଏମ୍ ଲୁଟ୍ ହୋଇଥିଲା। ବିଳମ୍ୱିତ ରାତିରେ କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ୍ରୁ ୧୦ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ। ଲୁଟେରାମାନେ ଏଟିଏମ୍ର ସିସିଟିଭି ଭାଙ୍ଗିବା ସହ ହାର୍ଡଡିସ୍କ ନେଇ ପଳାଇଥିଲେ।
from OdishaReporter https://ift.tt/2LmRgAn
No comments:
Post a Comment