ଲିକ୍‌ ହେଲା ସନ୍ନି ଲିଓନିଙ୍କ ବାୟୋପିକ୍‌ ‘କରନଜିତ୍‌ କୌର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଲିକ୍‌ ହେଲା ସନ୍ନି ଲିଓନିଙ୍କ ବାୟୋପିକ୍‌ ‘କରନଜିତ୍‌ କୌର’

sunny1

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ସିଓନିଙ୍କ ଉପରେ ଆଧାରିତ ବାୟୋପିକ୍‌ ୱେବ୍‌ ସିରିଜ୍‌ ‘କରନଜିତ୍‌ କୌର: ଦି ଅନ୍‌ଟୋଲଡ୍‌ ଷ୍ଟୋରୀ ଅଫ୍‌ ସନ୍ନି ଲିଓନି’ଜୀ୫ରେ ୧୬ ଜୁଲାଇରେ  ରିଲିଜ୍‌ ହୋଇସାରିଛି। କିନ୍ତୁ ରିଲିଜ୍‌ ହେବା ପରେ ସନ୍ନିଙ୍କ ପାଇଁ ଏକ ଖରାପ ଖବର ମିଳିଛି। ଖବରଟି ହେଉଛି ସନ୍ନିଙ୍କ ବାୟୋପିକ୍‌ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ମଧ୍ୟରେ ‘ତାମିଲ୍‌ରକର୍ସ୍‌ ଡଟ୍‌ କମ୍‌’ ନାମକ ଏକ ୱେବସାଇଟ୍‌ରେ ତାଙ୍କ ବାୟୋପିକ୍‌ ଲିକ୍‌ ହୋଇ ଯାଇଛି।

ଏହି ବାୟୋପିକ୍‌ରେ ଦେଖା ଯାଇଛି ଯେ କିପରି ସନ୍ନି ଆଡଲ୍ଟ ଇଣ୍ଡଷ୍ଟ୍ରିରେ ଥିବା ସମୟରେ ବଲିଉଡ୍‌ରେ ପ୍ରବେଶ କରି ‘ବେବି ଡଲ୍‌’ ହୋଇଥିଲେ। ବଲିଉଡ୍‌ ପର୍ଯ୍ୟନ୍ତ ତାଙ୍କ ଜୀବନ କାହାଣୀକୁ ପରଦାରେ ଦେଖା ଯାଇଛି। ବହୁ ଆଗରୁ ସନ୍ନିଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଯିବା କଥା ମାତ୍ର କୌଣସି ପ୍ରଯୋଜକ ରାଜି ନ ହେବାରୁ ୱେବ୍‌ ସିରିଜ୍‌ରେ ବାୟୋପିକ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।
ସନ୍ନିଙ୍କ ଏହି ବାୟୋପିକ୍‌କୁ ଅନେକ ନାମରେ ରିଲିଜ୍‌ କରାଯାଇଛି। ୱେବ୍‌ ସିରିଜ୍‌ର ପ୍ରଥମ ଅଂଶରେ ତାଙ୍କ ପିଲାବେଳ ବିଷୟରେ କୁହାଯାଇଛି। ଏଥିରେ ସନ୍ନି ସାମ୍ୱାଦିକ ଅନୁପମ୍‌ ଚୌବେଙ୍କୁ ଇଣ୍ଟରଭ୍ୟୁ ଦେଇ ନିଜ ବିଷୟରେ କହୁଥିବା ଦେଖିବାକୁ ମିଳିଛି।

ସନ୍ନି ଲିଓନି ପ୍ରଥମେ ୧୯୯୪ ମସିହାରୁ ତାଙ୍କ ସହିତ ହୋଇଥିବା କିଛି ଘଟଣା ସମ୍ପର୍କରେ ଇଣ୍ଟରଭ୍ୟୁରେ କହିବା ଆରମ୍ଭ କରୁଛନ୍ତି। ସେ କ୍ୟାନାଡାରେ ନିଜ ପରିବାର ସହିତ ରହୁଥିଲେ। ସାଧାରଣ ଶିଖ୍‌ ଝିଅଙ୍କ ପରି ସେ ମଧ୍ୟ ଗୁରୁଦ୍ୱାରା ଯାଉଥିଲେ। ସନ୍ନି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ପାଇଁ କେବେ ଡରନ୍ତି ନାହିଁ। ଏହି କାରଣରୁ ବାୟୋପିକ୍‌ ପାଇଁ ସାଇନ୍‌ କରିବା ପୂର୍ବରୁ ସେ ଅଧିକ ଚିନ୍ତା କରି ନ ଥିଲେ।

ଏହି ବାୟୋପିକ୍‌ରେ ସନ୍ନିଙ୍କ ସନ୍ତାନମାନଙ୍କ ବିଷୟରେ କିଛି କୁହା ଯାଇନାହିଁ। ଶୁଣିବାକୁ ମିଳିଛି ଯଦି ୱେବ୍‌ ସିରିଜ୍‌ର ପ୍ରଥମ ଭାଗ ଦର୍ଶକଙ୍କୁ ପସନ୍ଦ ଆସିବ ତେବେ ଦ୍ୱିତୀୟ ଭାଗରେ ତାଙ୍କ ସନ୍ତାନମାନଙ୍କୁ ସାମିଲ୍‌ କରାଯିବ। ସନିଙ୍କ ବ୍ୟତୀତ ଏହି ସିରିଜ୍‌ରେ ରାଜ୍‌ ଅର୍ଜୁନ୍‌, କରନବୀର୍‌ ଲାମ୍ୱା, ଗ୍ରୁସା କପୁର ଏବଂ ବିଜୟଙ୍କ ପରି ଅଭିନେତା ମୁଖ୍ୟ ଭୂମିକାରେ ରହିଛନ୍ତି।



from OdishaReporter https://ift.tt/2Og7T2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages