ଡାଇବେଟିସ୍‌ ପାଇଁ ଉପକାରୀ କଞ୍ଚା କଦଳୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଡାଇବେଟିସ୍‌ ପାଇଁ ଉପକାରୀ କଞ୍ଚା କଦଳୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଞ୍ଚା କଦଳୀରେ ଭିଟାମିନ୍ ଏବଂ ଫାଇବର୍‌ ଭରି ରହିଛି। ଏହା ରକ୍ତରେ ଶର୍କରା ତିଆରି କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କଞ୍ଚା ଏବଂ ପାଚିଲା କଦଳୀ ଦକ୍ଷିଣ ଭାରତରେ ବହୁଳ ଭାବରେ ଚାଷ କରାଯାଇଥାଏ। ବାସ୍ତବରେ ଦେଖିବାକୁ ଗଲେ ଅଧିକାଂଶ ଭାରତୀୟ ତାଙ୍କ ବ୍ୟଞ୍ଜନରେ ଏହାକୁ ସାମିଲ୍‌ କରିଥାନ୍ତି। କେରଳରେ କଞ୍ଚା କଦଳୀ ଏକ ଦରକାରୀ ପରିବା। ସେଠାରେ କଞ୍ଚା କଦଳୀର ଚିପସ୍‌ ବେଶ୍‌ ଲୋକପ୍ରିୟ ଖାଦ୍ୟ। ଏହାର ସମସ୍ତ ଅଂଶକୁ ବିଭିନ୍ନ ଉପାୟରେ ଉପଯୋଗ କରା ଯାଇଥାଏ। କଞ୍ଚା କଦଳୀରେ ବିଭିନ୍ନ ଭିଟାମିନ୍‌ ଏବଂ ଫାଇବର୍‌ ରହିଅଛି, ଯାହା ଏକ ସୁସ୍ଥ ଶରୀର ପାଇଁ ଆବଶ୍ୟକ।  ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ?

(୧) ଭିଟାମିନ୍‌ରେ ଭରପୂର
କଞ୍ଚା ଏବଂ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ୍‌ ଏବଂ ଖଣିଜ ଲବଣ ରହିଥାଏ। ଏଥିରେ ବିଶେଷ କରି ଭିଟାମିନ୍‌ ସି ଏବଂ ଭିଟାମିନ୍‌ ବି-୬ ରହିଛି। ସୁସ୍ଥ ତ୍ୱଚା ଏବଂ କେଶ ପାଇଁ ଭିଟାମିନ୍‌ ସି ଏକ ଆବଶ୍ୟକ ମିନେରାଲ୍‌। ଭିଟାମିନ୍‌ ସି ଶରୀରର ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବା ସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀରରେ ଥିବା ଛିଦ୍ରରୁ ହେଉଥିବା କ୍ଷତିରୁ ବଞ୍ଚାଇଥାଏ। ଅନ୍ୟ ପଟେ ଭିଟାମିନ୍‌ ବି-୬ ଖାଦ୍ୟକୁ ଶକ୍ତିରେ ପରିବର୍ତ୍ତନ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରିଥାଏ।
(୨) ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ
କଞ୍ଚା କଦଳୀରେ ଶର୍କରା ବାସ୍ତବରେ କମ୍‌ ପରିମାଣରେ ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ। ଏଥିରେ ୫୫ରୁ କମ୍‌ ‘ଗ୍ଲାଇସେମିକ୍‌ ଇଣ୍ଡେସ୍କ୍‌'( ଜିଆଇ) ରହିଛି ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କମ୍‌ ‘ଜିଆଇ’ ଥିବା ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରାର ମାତ୍ରାକୁ ଶୀଘ୍ର ବୃଦ୍ଧି କରିବା ବନ୍ଦ କରିଥାଏ। ଡାଇବେଟିସ୍‌ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ୍ କରିପାରିବେ।
ପୋଷଣ ବିଶେଷଜ୍ଞ ପୂଜା ମାଲହୋତ୍ରା କୁହନ୍ତି, “କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ। ଏଥିରେ କମ୍‌ ‘ଗ୍ଲାଇସେମିକ୍‌ ଇଣ୍ଡେସ୍କ୍‌’ ଥାଏ କାରଣ ଏହାର ପ୍ରତିରୋଧୀ ଷ୍ଟାର୍ଚ୍ଚ ରହିଥାଏ, ଯାହା ସହଜରେ ହଜମ ହୋଇ ନ ଥାଏ। ଏଥିପାଇଁ କଞ୍ଚା କଦଳୀ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ମାତ୍ର ହଜମ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ କଞ୍ଚା କଦଳୀ କମ୍‌ ଖାଇବା ଉଚିତ୍‌। ବେଳେବେଳେ ଏଥିପାଇଁ ସମସ୍ୟା ଦେଖା ଦେଇଥାଏ।”

(୩) କଞ୍ଚା କଦଳୀରେ ରହିଛି ଫାଇବର୍‌
କଞ୍ଚା କଦଳୀରେ ଥିବା ଫାଇବର୍ ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ। ଏହା ବ୍ୟତୀତ ଫାଇବର୍‌ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ୍‌ ମଧ୍ୟ କମ୍‌ ହୋଇଥାଏ। ଏହା ସହ କଞ୍ଚା କଦଳୀ ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦଘାତ ଆଶଙ୍କା କମ୍‌ କରିଥାଏ।
(୪) ପେଟ ସମସ୍ୟାରୁ ରକ୍ଷା କରିଥାଏ
କଞ୍ଚା କଦଳୀରେ ଥିବା ଫାଇବର୍‌ ପେଟର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ କୋଷ୍ଠକାଠିନ୍ୟ ଏବଂ ‘ଇରିଟେବୁଲ୍‌ ବାୱେଲ୍‌ ସିଣ୍ଡ୍ରୋମ୍‌'(irritable bowel syndrome) ପରି ସମସ୍ୟା ରହିଛି। ପ୍ରତିଦିନ ସିଝା ଏବଂ ପାଚିଲା କଦଳୀ ଖାଇଲେ ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ। କିନ୍ତୁ ତେଲରେ ଛଣା ଯାଇଥିବା କଞ୍ଚା କଦଳୀ ଖାଇବାରୁ ନିବୃତ୍ତ ରହିବା ଉଚିତ୍‌। ଏହା ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ।

(୫) ଓଜନ କମାଇବାରେ ସାହାଯ୍ୟ କରିଥାଏ
କଞ୍ଚା କଦଳୀରେ ପ୍ରଚୁର ମାତ୍ରାରେ ଫାଇବର୍‌  ଥିବାରୁ ଏହାକୁ ଖାଇଲେ ଲମ୍ବା ସମୟ ପାଇଁ ଭୋକ ଲାଗି ନ ଥାଏ। ଓଜନ କମ୍‌ କରିବା ପାଇଁ ଚାହୁଁଥିବା ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ କଞ୍ଚା କଦଳୀକୁ ସାମିଲ୍‌ କରି ପାରିବେ। ଏହା ଭୋକକୁ ଦୂରେଇ ଦେଉଥିବାରୁ ଅସ୍ୱାସ୍ଥ୍ୟକର ଖାଦ୍ୟ ବା ଜଙ୍କ୍‌ ଫୁଡ୍‌ ଖାଇବା କମ୍‌ ହୋଇଥାଏ।
(୬) ହୃତ୍‌ପିଣ୍ଡ ପାଇଁ ଲାଭଦାୟକ
କଞ୍ଚା କଦଳୀରେ ପୋଟାସିୟମ୍‌ ଅଧିକ ମାତ୍ରାରେ ରହିଥାଏ। ପୋଟାସିୟମ୍‌ ଥିବା ଖାଦ୍ୟ ପଦାର୍ଥ କିଡ୍‌ନୀ ପାଇଁ ଉପକାରୀ। ଏହା ସହିତ କଞ୍ଚା କଦଳୀ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

 

 

 

 

 

 

 

 

 

 

 

 

 

 

 



from OdishaReporter https://ift.tt/2JWkgxx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages