ହ୍ୱାଟସ୍‌ ଆପ୍‌ ମେସେଜ୍‌ ଫରୱାର୍ଡିଂ ଉପରେ ଉପରେ ଅଙ୍କୁଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ହ୍ୱାଟସ୍‌ ଆପ୍‌ ମେସେଜ୍‌ ଫରୱାର୍ଡିଂ ଉପରେ ଉପରେ ଅଙ୍କୁଶ

ନୂଆଦିଲ୍ଲୀ: ଏଣିକି ହ୍ୱାଟସ୍‌ ଆପ୍‌ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ । ଏହା ଦ୍ୱାରା ଅତ୍ୟଧିକ ମେସେଜ୍‌, ଫଟୋ, ଭିଡିଓ ପଠାଯିବା ଉପରେ ରୋକ୍‌ ଲାଗିବ।  ଦେଶର ବିଭିନ୍ନ ସ୍ଥାନରେ ସୋଶାଲ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା, ଏପରିକି ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ହ୍ୱାଟସ ଆପ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅନେକ ସମୟରେ ଏହି ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି । କିଛି ଦିନ ହେଲା ଅନେକ ରାଜ୍ୟରେ ପିଲା ଚୋରି ସନ୍ଦେହରେ ଲୋକଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମରାଯାଇଛି।  ଏପରିକି ଲୋକଙ୍କ ମାଡ଼ରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏପରି ଖବର ରୋକିବାକୁ ହ୍ୱାଟସ୍‌ ଆପ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ।  ତେଣୁ ଯେମିତି କୌଣସି କଥା ଦ୍ରୁତ ଗତିରେ ଭାଇରାଲ୍ ନ ହୁଏ, ସେଥିପାଇଁ ଫରଓ୍ୱାର୍ଡ ମେସେଜ୍‌ ଉପରେ ଅଙ୍କୁଶ ଲଗାଇଛି ହ୍ୱାଟସ୍‌ ଆପ୍ ।

ସୂଚନାଯୋଗ୍ୟ, ସାରା ପୃଥିବୀରେ ଭାରତୀୟମାନେ ଅଧିକ ମେସେଜ, ଫଟୋ ଓ ଭିଡିଓ ଫରଓ୍ୱାର୍ଡ କରିଥାନ୍ତି । ଭାରତରେ ଏବେ ୨୦କୋଟିରୁ ଅଧିକ ଲୋକ ହ୍ୱାଟସ୍‌ ଆପ୍ ବ୍ୟବହାର କରୁଛନ୍ତି ।



from OdishaReporter https://ift.tt/2zWCkb5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages