ଏତେ ଡେରିରେ ଚେତା ପଶିଲା: ହଟିବ ଉଦୟପୁର ବେଳାଭୂମି ରାସ୍ତାରୁ ପଶ୍ଚିମବଙ୍ଗ ଫଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଏତେ ଡେରିରେ ଚେତା ପଶିଲା: ହଟିବ ଉଦୟପୁର ବେଳାଭୂମି ରାସ୍ତାରୁ ପଶ୍ଚିମବଙ୍ଗ ଫଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ସରକାର ଓଡ଼ିଶା ଉପରେ ଦାଦାଗିରି କରୁଛି। କେବେବେଳେ ବାଲି ଲୁଟି ନେଉଛି ତ ଆଉ କେତେବେଳେ ବେଆଇନ୍‌ ଭାବେ ନିଜ ରାଜ୍ୟର ଫଳକ ଲଗାଇ ଭ୍ରମ ସୃଷ୍ଟି କରୁଛି। ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି। ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନଥିଲା। ଯାହା ହେଉ ପଛେ, ଡେରିରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ପଶ୍ଚିମବଙ୍ଗ ସରକାର ବେଆଇନ୍‌ ଭାବେ ଓଡ଼ିଶାରେ ଲଗାଇଥିବା ସୂଚନା ଫଳକକୁ ଉଠାଇବା ପାଇଁ ରାଜ୍ୟ ସରକାର ଚିଠି ଲେଖିବେ। ଏପରିକି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମିର ବିକାଶ କରାଯିବ। ଆଜି ସଚିବାଳୟରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି।

ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ରହିଛି ଉଦୟପୁର ବେଳାଭୂମି। ଏହି ରାସ୍ତାରେ ପଶ୍ଚିମବଙ୍ଗ ସରକାର ବେଆଇନ ଭାବେ ଏକ ସୂଚନା ଫଳକ ନିର୍ମାଣ କରିଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଭ୍ରମରେ ପଡ଼ୁଛନ୍ତି। ଏହାକୁ ନେଇ ବାଲେଶ୍ୱରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ ପ୍ରଶାସନ ଚେଇଁଛି।  ୧୫ ଦିନ ମଧ୍ୟରେ ସୂଚନା ଫଳକ ଉଠାଇ ନେବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ପତ୍ର ଲେଖାଯିବ। ଯଦି ୧୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହାହେଲେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉକ୍ତ ଫଳକକୁ ଉଠାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।

ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ ପଶ୍ଚିମବଙ୍ଗ ସରକାରଙ୍କ ଏପରି ବେଆଇନ କାର୍ଯ୍ୟର ନିନ୍ଦା କରିଥିଲେ। ଏପରିକି ପଶ୍ଚିମବଙ୍ଗ ସରକାରଙ୍କ ବେଆଇନ ନିର୍ମାଣ ସଂପର୍କିତ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ।

୨୦୧୬ ମସିହାରେ ଉପଜିଲ୍ଲାପାଳଙ୍କ ସ୍ତରରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁସାରେ ସୀମା ବିବାଦର ସମାଧାନ ପାଇଁ ଯୁଗ୍ମ ସୀମା ନିର୍ଦ୍ଧାରଣ କମିଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀମହାନ୍ତି ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ନିଜର ସ୍ଥିତିକୁ ଜାହିର କରିବା ସହିତ ଭବିଷ୍ୟତରେ ଯେପରି କୌଣସି ବିବାଦ ସୃଷ୍ଟି ନ ହୁଏ ସେଥି ନିମନ୍ତେ ଓଡ଼ିଶା ସୀମାରେ ଏକ ଫାଟକ ବସାଯିବ। ଏହାଛଡ଼ା ସେହିସ୍ଥାନରେ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗରସହଯୋଗରେ ଉଦୟପୁର ବେଳାଭୂମିର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଉଦୟପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ରାଜସ୍ୱ ବଙ୍ଗଳା ସ୍ଥାପନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଆଇଜି ପୁଲିସ (ଆଇନ ଓ ଶୃଙ୍ଖଳା)  ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ରମେଶଚନ୍ଦ୍ର ରାଉତ, ବାଲେଶ୍ୱରର ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋରଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।



from OdishaReporter https://ift.tt/2myl16I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages