
ବର୍ଷା ଦିନେ ଘରେ ପୋକ, ଜୋକ ହେବା ଏକ ସାଧାରଣ କଥା। ଏହାକୁ ଖାଇବା ପାଇଁ ଘରକୁ ଝିଟିପିଟି ପଶି ଆସନ୍ତି। ଝିଟିପିଟିକୁ ଯେତେ ଗୋଡ଼ାଇ ବାହାର କଲେ ମଧ୍ୟ ସେମାନେ ପୁଣିଥରେ ଘରକୁ ପଶି ଆସନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ ବତାଇବୁ ଯାହାଦ୍ୱାରା ଆପଣଙ୍କ ଘରେ ଆଉ ଝିଟିପିଟି ଦେଖାଯିବେ ନାହିଁ।
ପିଆଜ– ଘରର ଯେଉଁ ସ୍ଥାନରେ ସବୁଠୁ ଅଧିକ ଝିଟିପିଟି ଦେଖାଯାଉଛନ୍ତି ସେଠାରେ ଏକ ପିଆଜ ଟାଙ୍ଗି ଦିଅନ୍ତୁ। ଆଉ ଝିଟିପିଟି ଦେଖାଯିବେ ନାହିଁ। ପିଆଜର ବାସ୍ନାରେ ସବୁ ଝିଟିପିଟି ସେଠାରୁ ପଳାଇବେ।
ମୟୁର ପର- କାନ୍ଥରେ ମୟୁର ପର ଲଗାନ୍ତୁ। ଦେଖିବେ ଆପଣଙ୍କ ଘରକୁ ଆଉ ଝିଟିପିଟି ଆସିବେ ନାହିଁ।
ଲଙ୍କାଗୁଣ୍ଡ- ଘର କୋଣରେ ଲଙ୍କାଗୁଣ୍ଡ ସ୍ପ୍ରେ କଲେ ଝିଟିପିଟିମାନେ ପଳାନ୍ତି। ଏହା ଝିଟିପିଟିକୁ ଘରୁ ବାହାର କରିବାର ଏକ ଭଲ ଉପାୟ।
ଗୋଲମରିଚ ଗୁଣ୍ଡ- ପାଣିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଘରର କାନ୍ଥରେ ସ୍ପ୍ରେ କଲେ ଘରେ ଆଉ ଝିଟିପିଟି ଦେଖାଯିବେ ନାହିଁ।
ରସୁଣ- ରସୁଣର ଗନ୍ଧ ଝିଟିପିଟିଙ୍କ ପାଇଁ ଅସହନୀୟ। ତେଣୁ ଘର କୋଣଗୁଡ଼ିକରେ ରସୁଣ ରସକୁ ସ୍ପ୍ରେ କରନ୍ତୁ। ଦେଖିବେ ଗନ୍ଧ ସହି ନ ପାରି ସେମାନେ ଆପଣଙ୍କ ଘରୁ ଦୂରକୁ ପଳାଇବେ।
କଫି ପାଉଡ଼ର୍- କଫି ପାଉଡର୍କୁ ତମାଖୁ ପାଉଡର୍ ସହ ମିଶାଇ ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ କିପରି ଝିଟିପିଟି ଘର ଛାଡ଼ି ପଳାଇବେ।
from OdishaReporter https://ift.tt/2ztq9lJ
No comments:
Post a Comment