ସୀମାର ସୀମାହୀନ ଦୁଃଖ: ସିକେଲ୍‌ ସେଲ୍‌ ରୋଗ କରୁଛନ୍ତି ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ସୀମାର ସୀମାହୀନ ଦୁଃଖ: ସିକେଲ୍‌ ସେଲ୍‌ ରୋଗ କରୁଛନ୍ତି ସଂଘର୍ଷ

ବଲାଙ୍ଗିର(ସସ୍ମିତା ସାହୁ): କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ନେଇ ଆସେ। ଗୋଟିଏ ପଟେ ଗରିବୀର ଦାଉ, ଆଉ ଅନ୍ୟ ପଟେ ରୋଗର ବୋଝ। ସାହାରା କେହି ନାହାନ୍ତି। ଏକା ଏକା ଗରିବୀ ଓ ରୋଗ ସହିତ ସଂଘର୍ଷ କରୁଛି ୧୧ ବର୍ଷର ଝିଅ। ନାଁ ତା’ର ସୀମା। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ମାଧିଆପାଲି ପଞ୍ଚାୟତର ବୀରମୁଣ୍ଡା ଗାଁରେ ରୁହନ୍ତି ସୀମା।  ତାଙ୍କ ମା’ଙ୍କ ନାଁ ଭଗବତୀ ବାଗ। ୫ ବର୍ଷ ତଳେ ସୀମା ତାଙ୍କ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ ସୀମାଙ୍କ ମା’ ଭଗବତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରୁ ଭଗବତୀ ଠିକ୍‌ ଭାବେ ଚାଲିବୁଲି ପାରୁନାହାନ୍ତି। ଭଲ ଘର ଖଣ୍ଡିଏ ବି ନାହିଁ। ଭଙ୍ଗା ଘରେ ବିତୁଛି ତାଙ୍କର ଜୀବନ। ଏମିତି ପରିସ୍ଥିତିରେ ଘରର ସବୁ କାମ ଘରର ଏକମାତ୍ର ଝିଅ ସୀମା ଉପରେ ପଡ଼ିଲା । ଏତେ ଅଳ୍ପ ବୟସରେ ରୋଗୀଣା ମା’କୁ ଛାଡ଼ି ବାହାରକୁ କାମ କରିବାକୁ ଯାଇପାରିବ ନାହିଁ।

ସେଥିପାଇଁ ସରକାରଙ୍କ ଟଙ୍କିକିଆ ଚାଉଳକୁ ବିକ୍ରିକରି ମା’ ଓ ଝିଅ କଷ୍ଟେ ମଷ୍ଟେ ଚଳିଯାଉଛନ୍ତି। କିନ୍ତୁ ଗତ ଦୁଇବର୍ଷ ତଳେ ହଠାତ ସିକେଲ୍‌ ସେଲ୍‌ ରୋଗରେ ସୀମା ଆକ୍ରାନ୍ତ ହେଲେ। ମୁଣ୍ଡରେ ଚଡକ ପଡିଗଲା। ରୋଗର ଚିକିତ୍ସା ପାଇଁ ସେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଲେ। ଡାକ୍ତର କହିଲେ, ପ୍ରତ୍ୟେକ ମାସରେ ଦୁଇଥର ରକ୍ତ ନେବାକୁ ପଡିବ। ପାଖରେ ପଇସା ନ ଥିବାରୁ ୮ କିମି ଚାଲି ଚାଲି ସୀମା ପ୍ରତି ମାସ ଡାକ୍ତରଖାନା ଯାଇ କେତେ କାହାକୁ ନେହୁରା ହୁଏ। ତା’ପରେ କୌଣସି ସ୍ୱେଚ୍ଛାସେବୀଙ୍କ ସହାୟତାରେ ରକ୍ତ ଠୋପେ ଯୋଗାଡ଼ କରି ନିଜେ ଡାକ୍ତରଙ୍କ ପାଖକୁ ଯାଇ ରକ୍ତ ଗ୍ରହଣ କରିଥାଏ।  ପରେ ଚାଲି ଚାଲି ନିଜ ଗାଁକୁ ଫେରନ୍ତି। ଦୀର୍ଘ ବର୍ଷ ଧରି ଏହିଭଳି ସଂଘର୍ଷ କରୁଥିବା ବେଳେ ବଲାଙ୍ଗିର ‘ବିଙ୍ଗ୍ ହ୍ୟୁମାନ’ ସଂଗଠନର ନଜର ତାଙ୍କ ଉପରେ ପଡିଲା। ସଂଗଠନର କର୍ମକର୍ତ୍ତା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହି ତା’ର ଏକ ଦିବ୍ୟାଙ୍ଗ ସାର୍ଟିଫିକେଟ କରାଇଦେଲେ।

ଏବେ ସହଜରେ ରକ୍ତ ପାଇପାରିବ ସୀମା। ସୀମାର ସଂଘର୍ଷପୂର୍ଣ୍ଣ କାହାଣୀ ସଂର୍ପକରେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଲାଗିଛି। ଏ ସମ୍ପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜାଣିପାରି ଗତ ସୋମବାର ରାତିରେ ସୀମାର ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଏହା ସହିତ ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ସେ ଦେଇଛନ୍ତି। ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂଦେଓ ମଧ୍ୟ ଫୋନ ଯୋଗେ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଦେଖିବା କଥା, କେବେ ଅନ୍ତ ହେବ ସୀମାର ସଂଘର୍ଷ କାହାଣୀ? କେବେ ସୀମାଙ୍କ ପରିବାରକୁ ମିଳିବ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ?



from OdishaReporter https://ift.tt/2zwFsu4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages