ଲଗାଣ ବର୍ଷାରେ ବୁଡ଼ିଗଲା ବାଘୁଆ ପୋଲ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଲଗାଣ ବର୍ଷାରେ ବୁଡ଼ିଗଲା ବାଘୁଆ ପୋଲ  

ଆସିକା(ଓଡିଶା ରିପୋର୍ଟର): ୨ ଦିନଧରି ଲାଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ପ୍ରଭୂତ କ୍ଷତି ଘଟିଛି। ବନ୍ୟାଜଳ ଯୋଗୁ ଆସିକା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଅନେକ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗାଁ-ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖାଲି ଚାଷଜମି ନୁହେଁ କବିସୂର୍ଯ୍ୟନଗର ବୁଡାମ୍ବା ବାଘୁଆ ପୋଲ ବି ବୁଡ଼ି ଯାଇଛି ବନ୍ୟାଜଳରେ। ଆସିକା ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି। ପଞ୍ଚାୟତର ଗୌଡଗୋଠ ନିକଟରେ ଘାଇ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଥିବା ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଛି। ନିକଟରେ ଧାନ ତଳି ରୁଆ ଯାଇଥିବାରୁ ଏଗୁଡିକ ନଷ୍ଟ ହେବା ନେଇ ଚାଷୀ ଏବେ ଚିନ୍ତାରେ।

ଖାଲି ଧାନ ନୁହେଁ ଏଠାରେ ଆଳୁଚାଷ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗୌଡଗୋଠ ଗ୍ରାମରେ ଅତି ଉଚ୍ଚ ଚେକ୍‌ଡ୍ୟାମ୍‌ ନିର୍ମାଣ ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇ ଚଳିତ ବର୍ଷ ଏଭଳି ପରିସ୍ଥତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।



from OdishaReporter https://ift.tt/2Li3cqF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages