
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ଅଇଁଠାପାଲି ପୁଲିସ ଏହା ଜାଣିପାରି ଆଜି ଚଢ଼ଉ କରି ଘର ମାଲିକଙ୍କ ସହ ୭ ଜଣଙ୍କୁ ଗିରଫ କରିଛି। ଏପରିକି ଦେହ ବେପାରରେ ଲାଗିଥିବା ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସେମାନଙ୍କଠାରୁ ପୁଲିସ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ ରାକେଟ୍ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କହିଛି। ଏହାଛଡ଼ା ଏହାର ନେଟ୍ୱାର୍କ କେତେବାଟ ପର୍ଯ୍ୟନ୍ତ ଲମ୍ୱିଛି, ତାହାର ମଧ୍ୟ ତଦନ୍ତ ଚାଲିଥିବା ପୁଲିସ ଅଧିକାରୀ କହିଛନ୍ତି।
from OdishaReporter https://ift.tt/2LQtAow
No comments:
Post a Comment