କମ୍‌ ବୟସରେ କେଶ ପାଚେ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

କମ୍‌ ବୟସରେ କେଶ ପାଚେ କାହିଁକି?

grey1

ନୂଆଦିଲ୍ଲୀ: କମ୍‌ ବୟସରେ କେଶ ପାଚିବା ସମସ୍ତଙ୍କ ପାଇଁ ଏକ ସମସ୍ୟାରେ ପରିଣତ ହୋଇଛି। ୧୦ ବର୍ଷ ବୟସର ପିଲାର ମଧ୍ୟ କେଶ ପାଚିଥିବାର ଆପଣ ଦେଖିଥିବେ। କେତେଜଣଙ୍କ ପାଇଁ ତାଙ୍କ ଧଳା କେଶ ଏକ ଫ୍ୟାସନ୍‌ରେ ପରିଣତ ହୋଇଛି। ଏହି ଧଳା କେଶକୁ ନେଇ ଗୁଗୁଲ୍‌ ଟ୍ରେଣ୍ଡ୍‌ ଏକ ଗବେଷଣା କରିଥିଲା। ସେଥିରୁ ଜଣା ପଡ଼ିଛି, ୧୦ ବର୍ଷ ଧରି ଗୁଗୁଲ୍‌ରେ ‘ଗ୍ରେ ହେୟାର୍‌’ ବା ‘ଧଳା କେଶ’  ସର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଛି। ବିଶେଷ କରି ୨୦୧୫ ପରଠାରୁ ଏହି ସଂଖ୍ୟା ବଢ଼ିଛି।
ସ୍କିନ୍‌ ଏବଂ ହେୟାର୍‌ ଏକ୍ସପର୍ଟ ଡାକ୍ତର ଦୀପାଲି ଭରଦ୍ୱାଜ୍‌ଙ୍କ କହିବା ଅନୁସାରେ, “କମ୍‌ ବୟସରେ କେଶ ପାଚିବା ଏକ ରୋଗ। ଡାକ୍ତରୀ ଭାଷାରେ ଏହାକୁ ‘କେନାଇଟିସ୍‌’ କୁହାଯାଏ। ‘ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ଡର୍‌ମାଟୋଲୋଜି’ରେ ୨୦୧୬ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଭାରତରେ ‘କେନାଇଟିସ୍‌’ ରୋଗ ପାଇଁ ୨୦ ବର୍ଷ ବୟସକୁ ସୀମା ଭାବେ ଗ୍ରହଣ କରାଯାଇଛି। ଭାରତରେ ଯେଉଁ ବ୍ୟକ୍ତିଙ୍କର ୨୦ ବର୍ଷ କିମ୍ବା ତା ପୂର୍ବରୁ କେଶ ଧଳା ହେବା ଆରମ୍ଭ କରେ, ସେ ‘କେନାଇଟିସ୍‌’ ରୋଗର ଶିକାର ହୋଇଛି ବୋଲି କୁହାଯିବ। “

ଦିଲ୍ଲୀରେ ଅନେକ ବର୍ଷ ଧରି କେଶ ଉପରେ ଗବେଷଣା କରୁଥିବା ଡାକ୍ତର ଅମରେନ୍ଦ୍ର କୁମାର କୁହନ୍ତି, “କେନାଇଟିସ୍‌ ରୋଗ ହେଲେ, ଶରୀରରେ କେଶର ରଙ୍ଗ ନିର୍ଣ୍ଣୟ କରୁଥିବା କୋଷରେ ସମସ୍ୟା ଦେଖା ଦେଇଥାଏ। ଯେଉଁ କାରଣରୁ କେଶ ଅଧିକ ଧଳା ହେବାକୁ ଲାଗିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, କମ୍‌ ବୟସରେ କେଶ ପାଚିବା ବଂଶଗତ କିମ୍ବା ଖାଦ୍ୟରେ ପ୍ରୋଟିନ୍‌,କପର୍‌ର ଅଭାବ କିମ୍ବା ହର୍‌ମୋନ୍‌ରେ ଅସନ୍ତୁଳନ ଯୋଗୁ ହୋଇଥାଏ। ଏହା ବ୍ୟତୀତ ଶରୀରରେ ହିମୋଗ୍ଲୋବିନ୍‌ କମ୍‌ ହେବା, ଏନିମିଆ ଏବଂ ଥାଇରଏଡ୍‌ ସମସ୍ୟାରୁ ମଧ୍ୟ କେଶ ପାଚିଥାଏ।“
ବ୍ରିଟେନ୍‌ର ୟୁନିଭର୍‌ସିଟି ଅଫ୍‌ ବ୍ରୋଡ୍‌କାଷ୍ଟର୍‌ ପ୍ରଫେସର୍‌ ଡେସ୍‌ମଣ୍ଡ୍‌ ଟୋବିନ୍‌ଙ୍କ ମତରେ,“ୟୁରୋପରେ ରହୁଥିବା ଲୋକଙ୍କର ୨୦ ବର୍ଷ ବୟସରୁ କେଶ ପାଚିବା ଏକ ସାଧାରଣ କଥା। ପ୍ରଫେସର୍‌ ଟୋବିନ୍‌ ସ୍କିନ୍‌ ଏବଂ ହେୟାର୍‌ ପିଗ୍‌ମେଣ୍ଟ୍‌ର ଜଣେ ସ୍ପେଶାଲିଷ୍ଟ୍‌। ତାଙ୍କ ଗବେଷଣା ଅନୁସାରେ ଅଲଗା ଅଲଗା ଜିନ୍‌ର ଲୋକଙ୍କର ଅଲଗା ଅଲଗା ସମୟରେ କେଶ ପାଚିବା ଆରମ୍ଭ ହୋଇଥାଏ। ଆଫ୍ରିକା ଓ ପୂର୍ବ- ଏସିଆରେ ଥିବା ଲୋକଙ୍କର ୧ ବର୍ଷ ବୟସରୁ ହିଁ କେଶ ପାଚିବା ଆରମ୍ଭ ହୋଇଥାଏ।“

ଭାରତରେ ଲୋକଙ୍କର ୪୦ ବର୍ଷ ପରେ କେଶ ପାଚିବା ଆରମ୍ଭ ହୋଇଥାଏ। ତେବେ ଏହାକୁ ରୋଗ କୁହାଯାଏ ନାହିଁ। କେହି କେହି କେଶ ପାଚିବାକୁ ସ୍ୱୀକାର କରି ନ ଥାନ୍ତି ଏବଂ ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରିଥାନ୍ତି। ଅନ୍ୟ କେହି ତାଙ୍କର ଧଳା କେଶକୁ ଷ୍ଟାଇଲିଶ୍‌ ବା ଫ୍ୟାଶନ୍‌ ଭାବେ ଗ୍ରହଣ କରିଥାନ୍ତି।

ଡାକ୍ତର ଦୀପାଲିଙ୍କ ମତରେ, “ଧଳା କେଶକୁ ଲୁଚାଇବା ପାଇଁ ଲୋକ ହେୟାର୍‌ କଲର୍‌ର ବ୍ୟବହାର କରିଥାନ୍ତି। କିଛି ସମୟ ପାଇଁ ଏହା ଲୁଚିଯାଏ ମାତ୍ର ଏହା କେଶ ଉପରେ ପ୍ରଭାବ ପକାଇଥାଏ।“

White-for-Dark

ଡାକ୍ତର ଅମରେନ୍ଦ୍ରଙ୍କ ମତରେ ଦୁନିଆରେ ପାଖାପାଖି ୫ ରୁ ୧୦ ପ୍ରତିଶତ ଲୋକ ‘କେନାଇଟିସ୍‌’ ରୋଗରେ ପୀଡ଼ିତ। କେଶ ପାଚିବା ସମସ୍ୟାରୁ ରକ୍ଷା ପାଇବା ସହଜ ନୁହେଁ। ଥରେ କେଶ ପାଚିବା ଆରମ୍ଭ ହେଲେ, ଧଳା କେଶକୁ କଳା କରିବା ଯେତିକି କଷ୍ଟ, ତାଠାରୁ ଅଧିକ କଷ୍ଟ ବଳକା ଥିବା କଳା କେଶକୁ ପାଚିବା ପାଇଁ ରୋକିବା। କେନାଇଟିସ୍‌ ରୋଗର ଔଷଧ ଏବଂ ଶାମ୍ପୂ ବଜାରରେ ମିଳୁଛି। କିନ୍ତୁ ଏଥିରେ କେବଳ ୨୦ ରୁ ୩୦ ପ୍ରତିଶତ ସଫଳତା ମିଳି ପାରୁଛି।
ଡାକ୍ତର ଦୀପାଲିଙ୍କ ମତରେ, କମ୍‌ ବୟସରେ କେଶ ପାଚିବା ସମସ୍ୟାକୁ ରୋକିବା ପାଇଁ ଖାଦ୍ୟ ଓ ପାନୀୟରେ ପ୍ରଥମରୁ ଧ୍ୟାନ ଦେବା ଜରୁରୀ। ଖାଦ୍ୟରେ ବାୟୋଟିନ୍‌(ଭିଟାମିନ୍‌)ର ବ୍ୟବହାର କରିବା ସହିତ କେଶରେ କୌଣସି ପ୍ରକାରର କେମିକାଲ୍‌ ଲଗାନ୍ତୁ ନାହିଁ। ଆଣ୍ଟି ଡାଣ୍ଡ୍ରଫ୍‌ ଶାମ୍ପୂରେ କେଶକୁ କ୍ଷତି ପହଞ୍ଚାଇବା ପାଇଁ କେମିକାଲ୍‌ ପ୍ରୟୋଗ କରା ଯାଇଥାଏ। ଏପରି ଶାମ୍ପୂକୁ ସପ୍ତାହରେ କେବଳ ଦୁଇଥର ବ୍ୟବହାର କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ତେଲ ଅଧିକ ଲଗାଇଲେ ମଧ୍ୟ ଏହି ରୋଗର ନିରାକରଣ ହୋଇପାରେ ନାହିଁ।

 

 



from OdishaReporter https://ift.tt/2A1rmB1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages