ସାମ୍ନାକୁ ଆସିଲେ ମୃତ୍ୟୁର ପଞ୍ଝାରୁ ଖସି ଆସଥିବା ଫୁଟବଲ୍ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ସାମ୍ନାକୁ ଆସିଲେ ମୃତ୍ୟୁର ପଞ୍ଝାରୁ ଖସି ଆସଥିବା ଫୁଟବଲ୍ ଖେଳାଳି

ବ୍ୟାଙ୍କକ୍‌: ଥାଇଲ୍ୟାଣ୍ଡର ଥାମଲୁଆଙ୍ଗର କାଳ ଗୁମ୍ଫାରୁ ଦୀର୍ଘ ୧୮ ଦିନ ପରେ ସୁରକ୍ଷିତ ଉଦ୍ଧାର ହୋଇଥିବା ୧୨ ଜଣ ୧୬ ବର୍ଷରୁ କମ୍ ବୟସର ଫୁଟବଲ୍ ଖେଳାଳି ଓ ସେମାନଙ୍କ ୨୫ ବର୍ଷୀୟ କୋଚ୍‌ ପ୍ରଥମଥର ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛନ୍ତି। ଏକ ଟିଭି ଚ୍ୟାନେଲରେ ଏମାନେ ବିଶ୍ୱବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେମାନଙ୍କ ମୁହଁରେ ହସ ଥିବା ବେଳେ ସମସ୍ତେ ପାରମ୍ପରିକ ଥାଇ ସଂସ୍କୃତି ଅନୁସାରେ ହାତ ଯୋଡ଼ି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ସହ ଥିବା ଡାକ୍ତର, ସମ୍ପର୍କୀୟ ଓ ବନ୍ଧୁମାନେ ହଳଦିଆ ପୋଷାକ ପିନ୍ଧିଛନ୍ତି। ଫୁଟବଲ୍ ଖେଳାଳି ଓ ସେମାନଙ୍କ କୋଚ୍‌ ଟି-ସାର୍ଟ ପିନ୍ଧିଥିବା ବେଳେ ଏଥିରେ ନାଲି ରଙ୍ଗର ଭାଲୁ ଚିହ୍ନ ରହିଛି। ଏମାନଙ୍କ ଟମ୍‌ର ନାଁ ୱାଇଲଡ୍ ବୋରସ ହୋଇଥିବାରୁ, ସେମାନଙ୍କୁ ଏଭଳି ପୋଷାକ ଦିଆଯାଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ଖେଳାଳି କହିଛନ୍ତି- ଗୁମ୍ଫା ଭିତରେ ରହିବା ସମୟରେ ଆମେ ପାହାଡ଼ରୁ ଝରୁଥିବା ପାଣି ପିଇଥିଲୁ।

ଏହି ଖେଳାଳିମାନେ ଜୁନ୍ ୨୩ରେ ଗୁମ୍ଫା ବୁଲିବାକୁ ଯାଇ ଏହା ମଧ୍ୟରେ ଫଶି ଯାଇଥିଲେ। ଦୀର୍ଘ ୯ ଦିନ ପରେ ଏମାନଙ୍କୁ ଠାବ କରାଯାଇଥିଲା। ଏହାପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବୁଡ଼ାଳି ୯ ଦିନ କାଳ ଅକ୍ଲାନ୍ତ ପରିଶ୍ରମ କରି ସମସ୍ତଙ୍କୁ ଜୁଲାଇ ୧୦ରେ ଉଦ୍ଧାର କରିଥିଲେ। ଏବେ ସମସ୍ତ ପିଲା ଓ ତାଙ୍କ କୋଚ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ପିଲାମାନେ ଏଭଳି ଉଦ୍ଧାରକୁ ଏକ ମିରାକିଲ୍‌ ବା ଆଶ୍ଚର୍ଯ୍ୟ ବୋଲି କହିଛନ୍ତି। ଏବେ ଥାଇଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ଗୁମ୍ଫାରେ ଫଶିଥିବା ପିଲା ଏବଂ ସେମାନଙ୍କୁ ଉଦ୍ଧାର ବେଳେ ଚାଲିଥିବା ପ୍ରସ୍ତୁତିର ତୈଳ ଚିତ୍ର ଦେଖିବାକୁ ମିଳିଛି।



from OdishaReporter https://ift.tt/2LmIaXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages