କେନ୍ଦ୍ର ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି: ୨୦ରେ ମୋଦି ସରକାରର ଅଗ୍ନି ପରୀକ୍ଷା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କେନ୍ଦ୍ର ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି: ୨୦ରେ ମୋଦି ସରକାରର ଅଗ୍ନି ପରୀକ୍ଷା !

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଦଳ ତଥା ବିଜେପକୁ ନିକଟରେ ଛାଡ଼ପତ୍ର ଦେଇଥିବା ‘ତେଲୁଗୁ ଦେଶମ୍ ପାର୍ଟି’ (ଟିଡିପି) ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ଆଜି ଆଲୋଚନା ପାଇଁ ଗ୍ରହଣ କରାଯାଇଛି। ୨୦୦୩ ପରେ କେନ୍ଦ୍ରର କୌଣସି ସରକାରଙ୍କ ବିରୋଧରେ ଏଭଳି ଅନାସ୍ଥା ପ୍ରସ୍ତାବ ଅଲୋଚନା ପାଇଁ ଗ୍ରହଣ ହୋଇଛି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଟିଡିପି ନେତା କେସିନିଏନି ଶ୍ରୀନିବାସଙ୍କ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଛି ବୋଲି ଆଜି ଗୃହକୁ ଅବଗତ କରାଇଛନ୍ତି। ଏହି ଅନାସ୍ଥା ନୋଟିସ୍‌ ଉପରେ ଶୁକ୍ରବାର ଅର୍ଥାତ୍ ଜୁଲାଇ ୨୦ରେ ମାରାଥନ୍ ଆଲୋଚନା ହେବ। ଶୁକ୍ରବାର ଗୃହରେ ଆଗତ ହେବାକୁ ଥିବା ସମସ୍ତ ବିଲ୍‌କୁ ସ୍ଥଗିତ ରଖାଯାଇ, ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୦୧୪ରେ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ତେଣୁ ଶୁକ୍ରବାର ମୋଦି ସରକାରଙ୍କ ଅଗ୍ନିପରୀକ୍ଷା ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଲ୍ଲେଖଯାଗ୍ୟ ଯେ, ୨୦୦୩ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ଅଟଳ ବିହାରୀ ବାଜପେୟୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନର ଆରମ୍ଭରୁ ବିରୋଧୀ ଗୃହରେ ହୋ-ହଲ୍ଲା କରିଥିଲେ। ଏହି ହୋ-ହଲ୍ଲା ମଧ୍ୟରେ ପ୍ରଶ୍ନକାଳ ଶେଷ ହୋଇଥିଲା। ଶୂନ୍ୟକାଳରେ  ବାଚସ୍ପତି ଟିଡିପି, କଂଗ୍ରେସ, ଏନସିପି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ଏହାପରେ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରଥମେ ନୋଟିସ୍‌ ଦେଇଥିବାରୁ ଦଳର ନେତା କେସିନିଏନି ଶ୍ରୀନିବାସଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ଏ ସମ୍ପର୍କର ସହମତି ମାଗିଥିଲେ। ସେ ଏହାକୁ ସମର୍ଥନ କରିବାରୁ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେତେଜଣ ସଦସ୍ୟ ଅଛନ୍ତି, ସେକଥା ଜାଣିବାକୁ ଚାହିଁଥିଲେ। ସମ୍ବିଧାନର ନିୟମ ଅନୁଯାୟୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣୀୟ ସେତେବେଳେ ହେବ, ଯେତେବେଳେ ୫୦ ଜଣ ସାଂସଦ ଏହାକୁ ସମର୍ଥନ କରିବେ। ବାଚସ୍ପତି ଗୃହର ସଦସ୍ୟଙ୍କୁ ଅନାସ୍ଥା ଭୋଟ୍ ସପକ୍ଷରେ କେତେଜଣ ଅଛନ୍ତି ବୋଲି ପ୍ରଶ୍ନ କରିବାରୁ କେବଳ ବିଜେଡିକୁ ଛାଡ଼ି ଅନ୍ୟ ବିରାଧୀ ଦଳର ସଦସ୍ୟମାନେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ସହମତ ହୋଇଥିଲେ।  ଏହାପରେ ବାଚସ୍ପତି କେନ୍ଦ୍ର ସରକାରଙ୍କ ବିରାଧରେ ଅନାସ୍ଥା ଆସିବ ବୋଲି ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି-  ‘ଆମେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ରାଜି। ଗୃହରେ ସଂଖ୍ୟା ଗରିଷ୍ଠତା ଥିବାରୁ ଆମେ ଏଥିରେ ଜିତିବୁ।’ ଅନାସ୍ଥା ପ୍ରସ୍ତାବ ଗ୍ରହଣ ହେବାର ୧୦ ଦିନ ମଧ୍ୟରେ ଗୃହରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥାଏ। ଏହି ସମୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଥାନ୍ତି। ଏହାପରେ ଭୋଟ୍‌ ହୋଇଥାଏ। ଅନାସ୍ଥା ପ୍ରସ୍ତାବ କେବଳ ଲୋକସଭାରେ ଆଗତ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ, ସଂସଦର ବଜେଟ୍‌ ଅଧିବେଶନ ସମୟରେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ମିଳିବାରୁ ବିଜେପିର ହାତ ଛାଡ଼ିଥିବା ସହଯୋଗୀ ଟିଡିପି, କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା। କିନ୍ତୁ ଗୃହକାର୍ଯ୍ୟ ଠିକ୍‌ରେ ଚାଲୁ ନଥିବାରୁ ଏହା ଖାରଜ ହୋଇଯାଇଥିଲା।

ବର୍ତ୍ତମାନ ୫୪୫ ଆସନ ବିଶିଷ୍ଟ ଲୋକସଭାର ମ୍ୟାଜିକ୍‌ ନମ୍ବର ହେଉଛି ୨୭୨।  ବିଜେପି ପାଖରେ ୨୭୧+୧ (ବାଚସ୍ପତିଙ୍କୁ ମିଶାଇ) ସଦସ୍ୟ ଅଛନ୍ତି। କଂଗ୍ରେସର ୪୮ ଜଣ ସାଂସଦ ଥିବାବେଳେ ଏଆଏଡିଏମ୍‌କେର ୩୭, ତୃଣମୂଳ କଂଗ୍ରେସର ୩୪, ବିଜେଡିର ୨୦, ଅନ୍ୟାନ୍ୟ ୧୨୮, ମନୋନୀତ ୨ ଏବଂ ବର୍ତ୍ତମାନ ୪ଟି ଆସନ ଖାଲି ପଡ଼ିଛି। ଅନ୍ୟାନ୍ୟ ୧୨୮ ଜଣ ସାଂସଦଙ୍କ ମଧ୍ୟରୁ ୩୯ ଜଣ ହେଉଛନ୍ତି ବିଜେପିର ସହେଯାଗୀ ଦଳ ସଦସ୍ୟ।



from OdishaReporter https://ift.tt/2LwBtiQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages