ଶ୍ରୀକ୍ଷେତ୍ରରେ ଜନସମୁଦ୍ର: ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧାମୂରର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଶ୍ରୀକ୍ଷେତ୍ରରେ ଜନସମୁଦ୍ର: ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧାମୂରର୍ତ୍ତି

ପୁରୀ (ଓଡ଼ିଶା ରିପୋର୍ଟର): ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବାହୁଡ଼ା ଯାତ୍ରାରେ ଫେରିବା ପରେ ଆଜି ରଥାରୂଢ଼ ବିଗ୍ରହ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ବାହୁଡ଼ା ଭଳି ଆଜି ବି ସହଳ ସହଳ ନୀତିକାନ୍ତି କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ସୁନା ଅଳଙ୍କାର ଲାଗି ହୋଇଥିଲା।

ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧାମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରୀଟ। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ ଆଉ ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ। ଆଡ଼କାନି, ଘାଗଡ଼ା, ବାହାଡ଼ା, ସେବତୀ ଓ କଦମ୍ବ ମାଳି ସାଙ୍ଗକୁ ତିନି ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଆୟୁଧ ସୁନାବେଶରେ ଲାଗି ହୋଇଛି। ଏମିତି ୧୩୮ ପ୍ରକାର ରତ୍ନ ଖଚିତ ଅଳଙ୍କାରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଯାହାକୁ ଦେଖି ଅଭିଭୂତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।

ଆଜି ମଧ୍ୟାହ୍ନ ଧୂପ ଓ ସାନ୍ଧ୍ୟା ଆରତୀ ପରେ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ଗୋଟିକ ପରେ ଗୋଟିଏ ସୁଦୃଶ୍ୟ ସ୍ୱର୍ଣ୍ଣ ଅଳଙ୍କାର ରଥକୁ ବୋହି ନେଇଥିଲେ ସେବାୟତ। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ।

ପାଗ ଶୁଖିଲା ଥିବାରୁ ସୁନାବେଶ ଦେଖିବା ଲାଗି ଆଜି ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବଡ଼ଦାଣ୍ଡ, ରଥ ଚାରି ପାର୍ଶ୍ୱ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନକରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଆଜି ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ। ବୁଧବାର ନୀଳାଦ୍ରିବିଜେ ହେବ।

 



from OdishaReporter https://ift.tt/2AcBuHx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages