ଜେଲ୍‌ରେ ଡେଭିଡ୍‌ ହେଡଲୀକୁ ଆକ୍ରମଣ: ବଞ୍ଚିବା ପାଇଁ କରୁଛି ସଂଗ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଜେଲ୍‌ରେ ଡେଭିଡ୍‌ ହେଡଲୀକୁ ଆକ୍ରମଣ: ବଞ୍ଚିବା ପାଇଁ କରୁଛି ସଂଗ୍ରାମ

ୱାଶିଂଟନ୍‌: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍‌ଲାର ଅନ୍ୟତମ ମାଷ୍ଟର୍‌ମାଇଣ୍ଡ୍‌ ତଥା ପାକିସ୍ତାନ ବଂଶୋଦ୍ଭବ ଆମେରିକା ନାଗରିକ ଡେଭିଡ୍‌ ହେଡଲୀକୁ ଆଜି ଜେଲ୍‌ରେ ୨ ଜଣ କଏଦୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଚିକାଗୋର ମେଣ୍ଟ୍ରୋପଲିଟାଣ୍ଟ୍‌ କରେକସନାଲ୍‌ ସେଣ୍ଟରରେ ଏଭଳି ଘଟଣା ଘଟିଛି। ଏହି ଜେଲ୍‌ରେ ହେଡଲୀ ଦୀର୍ଘଦିନ ହେଲା ବନ୍ଦୀ ଜୀବନ ବିତାଉଥିଲା। ଆକ୍ରମଣରେ ହେଡଲୀ ଗୁରୁତର ଆହତ ହୋଇଛି। ଏବେ ସେ ନର୍ଥ ଇଭାଷ୍ଟନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କ୍ରିଟିକାଲ୍ କେୟାର ୟୁନିଟ୍‌ ମଧ୍ୟରେ ରଖାଯାଇଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତା’ ଉପରେ ନଜର ରଖିଛନ୍ତି। ଯେଉଁ ଦୁଇ ଜଣ ହେଡଲୀକୁ ଆକ୍ରମଣ କରିଛନ୍ତି, ସେମାନେ ପୁଲିସ୍‌କୁ ଅସଦାଚରଣ କରି ଜେଲ୍‌ଦଣ୍ଡ ପାଇଛନ୍ତି। କ’ଣ ପାଇଁ ସେମାନେ ହେଡଲୀକୁ ଆକ୍ରମଣ କଲେ, ତାହା ଜଣାପଡ଼ି ନାହିଁ।

ଉଲ୍ଳେଖଯୋଗ୍ୟ, ୨୬/୧୧ ମୁମ୍ୱାଇ ଆକ୍ରମଣ ପାଇଁ ପ୍ରଥମେ ହେଡଲୀ ହିଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା। ଡାଭିଡ୍‌ କୋଲେମାନ୍‌ ହେଡ୍‌ଲୀର ପ୍ରକୃତ ନାଁ ହେଉଛି ଦାଉଦ୍‌ ସୟିଦ୍‌ ଗିଲାନୀ, ତା’ର ଜନ୍ମ ୱାଶିଂଟନ୍‌ରେ ହୋଇଥିଲା।



from OdishaReporter https://ift.tt/2uIrznI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages