ଦିଲ୍ଲୀରେ ଆକ୍ରମଣ ପାଇଁ ପଶିଥିଲେ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଦିଲ୍ଲୀରେ ଆକ୍ରମଣ ପାଇଁ ପଶିଥିଲେ, କିନ୍ତୁ…

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ରେ ହମ୍‌ଲା କରିବାକୁ ଆତଙ୍କବାଦୀ ସଂଗଠନ ଜାମାତ୍‌-ଉଲ୍‌-ମୁଜାହିଦ୍ଦିନ-ବାଂଲାଦେଶ ସମସ୍ତ ପ୍ରସ୍ତୁତି କରି ସାରିଥିଲା। ଏଥିପାଇଁ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଦିଲ୍ଲୀ ପଠାଇଥିଲା। କିନ୍ତୁ ସେମାନେ ଆକ୍ରମଣ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ସୁରକ୍ଷାକର୍ମୀ ଉଭୟଙ୍କୁ ଗ୍ରେଟର୍‌ ନୋଏଡାରୁ ଗିରଫ କରିଛନ୍ତି। ଫଳରେ ଏକ ବଡ଼ ବିପଦରୁ ଏନ୍‌ସିଆର୍‌ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାମାତ୍‌-ଉଲ୍‌-ମୁଜାହିଦ୍ଦିନ-ବାଂଲାଦେଶ ପକ୍ଷରୁ ନୂଆଦିଲ୍ଲୀରେ ବଡ଼ଧରଣର ହମ୍‌ଲା କରିବାକୁ ଯୋଜନା କରୁଥିବା ଖବର ମିଳିଥିଲା। ଏହାପରେ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ (ଏଟିଏସ୍‌) ଓ ପଶ୍ଚିମବଙ୍ଗ ପୁଲିସ୍‌ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା।  ଏହି କ୍ରମରେ ଆଜି ଗ୍ରେଟର୍‌ ନୋଏଡାରୁ ମୁଶାରଫ୍‌ ଓରଫ୍‌ ମୁସା ଏବଂ ରୁବେଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। ଉଭୟ ବାଂଲାଦେଶ ନାଗରିକ ବୋଲି ଏସ୍‌ଏସ୍‌ପି ଅଜୟ ପାଲ୍‌ ଶର୍ମା କହିଛନ୍ତି। ସେ କହିଛନ୍ତି, ଏମାନଙ୍କୁ ଜେରା କରିବା ପରେ ସେମାନେ ଏନ୍‌ସିଆର୍‌ ଅଞ୍ଚଳରେ ଆକ୍ରମଣ କରିବାକୁ ଆସିଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି। କିନ୍ତୁ ଶ୍ରୀ ଶର୍ମା ଏ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି।



from OdishaReporter https://ift.tt/2ObRvA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages