
ଭିଏନ୍ତିଆନେ( ଲାଓସ୍): ଆଟ୍ଟାପେଉରାର ଏକ ନିର୍ମାଣାଧୀନ ହାଇଡ୍ରୋ ଇଲେକ୍ଟ୍ରିସିଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ପାଣିର ସୁଅରେ ଭାସି ଯାଇଛନ୍ତି। ସେହିପରି ପାଣି ମାଡ଼ି ଯିବାରୁ ୬ଟି ଗାଁରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ହଜାର ହଜାର ଘର ଭାଙ୍ଗି ଯାଇଛି। ପାଖାପାଖି ୬,୬୦୦ ଲୋକ ବାସହରା ହୋଇଯାଇଛନ୍ତି। ଲୋକମାନେ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଡଙ୍ଗା ଦ୍ୱାରା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ବର୍ତ୍ତମାନ ସୁଦ୍ଧା କିଛି ଲୋକଙ୍କ ମୃତେଦହ ମିଳିଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭୁଶୁଡ଼ି ପଡ଼ିଥିବା ଡ୍ୟାମ୍ଟି ୨୦୧୩ରୁ ଆରମ୍ଭ ହୋଇଥିଲା। ଆସନ୍ତା ବର୍ଷ ଠାରୁ ଏହା କାର୍ଯ୍ୟକ୍ଷମ ହେବାର ଯୋଜନା ଥିଲା। ତେବେ ଲଗାଣ ବର୍ଷା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡ୍ୟାମ୍ ଭାସିବା ପରେ ୫ ବିଲିୟନ୍ କ୍ୟୁବିକ୍ ମିଟିରର ଜଳ ନିଷ୍କାସିତ ହୋଇଥିଲା। ଫଳରେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
from OdishaReporter https://ift.tt/2A7qf2M

No comments:
Post a Comment