ସୁକତେଲ୍‌ ପ୍ରକଳ୍ପ: କ୍ଷତିପୂରଣ ମିଳି ନଥିବାରୁ କାମ ବନ୍ଦ ପାଇଁ ବିସ୍ଥାପିତଙ୍କ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ସୁକତେଲ୍‌ ପ୍ରକଳ୍ପ: କ୍ଷତିପୂରଣ ମିଳି ନଥିବାରୁ କାମ ବନ୍ଦ ପାଇଁ ବିସ୍ଥାପିତଙ୍କ ଧମକ

ବଲାଙ୍ଗିର (ସସ୍ମିତା ସାହୁ):ଦୀର୍ଘ ଦିନର ବାଦବିବାଦ ଭିତରେ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ କାମ ଏବେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ସ୍ପିଲ୍-ୱେ କାମ ପାଖାପାଖି ୭୦ ପ୍ରତିଶତ ସରି ଯାଇଛି। ଖୁବ୍‌ଶୀଘ୍ର ମାଟିବନ୍ଧ କାମ ଆରମ୍ଭ ହେବ। ହେଲେ ସ୍ଥାନୀୟ ପରଧିଆପାଲି ବାସିନ୍ଦାଙ୍କୁ ବିସ୍ଥାପନଜନିତ କ୍ଷତିପୂରଣ ମିଳି ନଥିବାରୁ ସେମାନେ ଆସନ୍ତାକାଲିଠାରୁ କାମ ବନ୍ଦ କରିଦେବାକୁ ଧମକ ଦେଇଛନ୍ତି।

ପ୍ରକଳ୍ପ ଶେଷ କରିବାକୁ ୨୦୨୧ ମସିହାକୁ ଟାର୍ଗେଟ ରଖାଯାଇଛି। ଏଥିପାଇଁ ବିସ୍ଥାପିତ ହୋଇଥିବା ୨୯ ଟି ଗାଁରୁ ପାଖାପାଖି ୧୫ ଟି ଗାଁର ସମସ୍ତ ପ୍ରକାର କ୍ଷତିପୂରଣ ଦିଆଯିବା କାମ ଏବେ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଅନ୍ୟ ଗାଁରେ ଥିବା ସମସ୍ୟାର ସମାଧାନ ପାଇଁ ଏବେ ପ୍ରତି ମାସରେ ଜନଶୁଣାଣି ହେଉଛି।

ତେବେ ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ। ଅନ୍ୟପଟେ ପରଧିଆପାଲି ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଜନଶୁଣାଣିରେ କହିବା ପାଇଁ ସୁଯୋଗ ଦିଆଯାଉନି କି କ୍ଷତିପୂରଣ ଦିଆଯାଉନି। ତେଣୁ କାମ ବନ୍ଦ ପାଇଁ ଗାଁ ଲୋକେ  ଧମକ ଦେଇଛନ୍ତି।  ତେବେ ପରଧିଆପାଲି ଗାଁ ଲୋକଙ୍କ ସହ ଆଜି  ଆଲୋଚନା ହୋଇଥିଲା । ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।



from OdishaReporter https://ift.tt/2uxzYKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages