ଟେଷ୍ଟ ଟିମ୍‌ରେ ସାମିଲ ନ ହେବାରୁ ମୁହଁ ଖୋଲିଲେ ରୋହିତ ଶର୍ମା, ପଢ଼ନ୍ତୁ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଟେଷ୍ଟ ଟିମ୍‌ରେ ସାମିଲ ନ ହେବାରୁ ମୁହଁ ଖୋଲିଲେ ରୋହିତ ଶର୍ମା, ପଢ଼ନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଅଗଷ୍ଟ ୧ ତାରିଖ ଠାରୁ ୫ ଟିକିଆ ଟେଷ୍ଟ୍‌ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ୩ଟି ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଗତକାଲି ଘୋଷଣା ହୋଇଛି। ଏହି ଟେଷ୍ଟରେ କିନ୍ତୁ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଚଳିତ ଗସ୍ତର ପ୍ରଥମ ଦିନିକିଆରେ ରୋହିତ ଶର୍ମା ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ ମଧ୍ୟ ତାଙ୍କୁ ଟେଷ୍ଟ୍‌ ଦଳରୁ ବାଦ୍‌ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରୋହିତ ଶର୍ମାଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି।

ଦିନିକିଆରେ ତିନି ତିନିଟି ଦ୍ୱିଶତକ ସାଙ୍ଗକୁ ସର୍ବାଧିକ ୨୬୪ ରନ୍‌ର ବିଶାଳ ସ୍କୋର, ତାହା ସହ ପ୍ରଥମ ଦୁଇଟି ଟେଷ୍ଟରେ ଆକର୍ଷଣୀୟ ଶତକ ଭଳି ଅନେକ ରେକର୍ଡର ଅଧିକାରୀ ହେଉଛନ୍ତି ରୋହିତ ଶର୍ମା। ଇଂଲଣ୍ଡ ପରିବେଶରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଚଳିତ ଗସ୍ତରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମଧ୍ୟ ସେ ଏକ ଶତକୀୟ ପାଳି ଖେଳିଥିଲେ। ଏପରି ସ୍ଥିତିରେ ଅଭି‍ଜ୍ଞ ରୋହିତଙ୍କୁ ଦଳରେ ସ୍ଥାନ ନମିଳିବା ଘଟଣା ତାଙ୍କୁ ବ୍ୟଥିତ କରିଛି। ଏନେଇ ଶେଷରେ ସେ ମୁହଁ ଖୋଲିଛନ୍ତି। ପ୍ରଥମ ଥର ପାଇଁ ଏଭଳି ଘଟିନାହିଁ। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ଦଳରୁ ତାଙ୍କୁ ବାଦ ଦିଆଯାଇଥିଲା।

ଏପରି ଘଟଣା ପରେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ରୋହିତଙ୍କୁ ବାଦ ଦିଆଯାଇଥିବାରୁ ଅନେକ ଏଥିପାଇଁ ବିରାଟ କୋହଲି ଓ ଚୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି। ଜଣେ ୟୁଜର୍‌ କହିଛନ୍ତି, “ରୋହିତ ଶର୍ମାଙ୍କ ଫର୍ମକୁ ସହି ପାରୁନାହାନ୍ତି ବିରାଟ, ଯେଉଁବଳି ଭାବେ ରୋହିତ ବାରମ୍ବାର ଆକର୍ଷଣୀୟ ଇଂନିସ ଖେଳି ଚାଲିଛନ୍ତି ଏହା ଆଗାମୀ ଦିନରେ ବିରାଟ୍‌ଙ୍କ ପାଇଁ କାଳ ହୋଇପାରେ। ଏପରି ସ୍ଥିତିରେ ବିରାଟଙ୍କ ଅଧିନାୟକତ୍ୱ ସଙ୍କଟରେ ଥିବାରୁ ରୋହିତଙ୍କୁ ଦଳରେ ଜଣିଶୁଣି ସ୍ଥାନ ଦେଉଯାଉନାହିଁ ”। ଅନ୍ୟପଟେ ରୋହିତ ଟିମ୍‌ ଚୟନ ପରେ ଟ୍ୱିଟ୍‌ କରି କହିଛନ୍ତି ‘ସୂର୍ଯ୍ୟ ପୁଣି କାଲି ଉଦୟ ହେବ’।



from OdishaReporter https://ift.tt/2uxDHI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages