ବିବାଦୀୟ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ କାହିଁକି ଏତେ ଆଗ୍ରହୀ ମନ୍ତ୍ରୀ ମହାଶୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ବିବାଦୀୟ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ କାହିଁକି ଏତେ ଆଗ୍ରହୀ ମନ୍ତ୍ରୀ ମହାଶୟ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ କମ୍ପାନୀ ପ୍ରୀତିକୁ ନେଇ ଏବେ ପାୱାର କରିଡର୍‌ରେ ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଦୀର୍ଘବର୍ଷ ଧରି ପଡ଼ି ରହିଥିବା ଏକ ପ୍ରତିଷ୍ଠିତ କମ୍ପାନୀର ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ, କୁଆଡେ଼ ଏହି ମନ୍ତ୍ରୀ ଜଣକ ଏବେ ଅହେତୁକ ଆଗ୍ରହ ଦେଖାଉଛନ୍ତି। ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବିତ ଜମିରେ ରହିଥିବା ବିବାଦର ସମାଧାନ ନିମନ୍ତେ ଏହି ମନ୍ତ୍ରୀ ଜଣକ କୁଆଡେ଼ ଇତିମଧ୍ୟରେ ସେହି ଅଂଚଳର ଆଗଧାଡ଼ିର ଲୋକମାନଙ୍କ ସହ ଦୁଇଥର ଗୋପନ ବୈଠକ କରି ସାରିଲେଣି। ମନ୍ତ୍ରୀଙ୍କ ବାରମ୍ୱାର ଚାପ ଯୋଗୁ ତାଙ୍କ ଅଧୀନରେ ରହିଥିବା ବିଭାଗ ମଧ୍ୟ ଏହି ଜମି ବିବାଦର ସମାଧାନ ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ କରିଦେଇଛି। ଚର୍ଚ୍ଚା ହେଉଛି, ଆଗାମୀ ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ କୁଆଡେ଼ ଏହି ପ୍ରସ୍ତାବିତ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ସ୍ଥାପନର ମାର୍ଗକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ବି ଆଗ୍ରହ ଦେଖାଉଛନ୍ତି।

ସୁପ୍ରିମକୋର୍ଟରେ ମାମଲା ଚାଲିଥିଲେ ମଧ୍ୟ ସରକାର କୁଆଡେ଼ ରାଜ୍ୟରେ ପୁଞ୍ଜି ନିବେଶର ଆଳ ଦେଖାଇ ଏହି ପ୍ରକଳ୍ପକୁ ନେଇ ରହିଥିବା ବିବାଦରେ ନିଜକୁ ପକ୍ଷଭୁକ୍ତ କରିବେ ତଥା କମ୍ପାନୀକୁ ସହଯୋଗ କରିବା ଭଳି ପଦକ୍ଷେପ ନେବେ। ଶୁଣିବା କଥା ହେଉଛି, ଜମି ବିବାଦର ସମାଧାନ ପାଇଁ ମନ୍ତ୍ରୀଙ୍କୁ କୁଆଡେ଼ ଏନେଇ ଉପରୁ ନିଦ୍ଦେର୍ଶ ରହିଛି। ବିଶ୍ୱବିଦ୍ୟାଳୟ ଜମି ବିବାଦର ସମାଧାନ ପାଇଁ ମନ୍ତ୍ରୀଙ୍କୁ କୁଆଡେ଼ ଗତ ବର୍ଷକ ତଳେ ଏଭଳି ଏକ ବିଭାଗ ଟେକି ଦିଆଯାଇଛି, ଯେଉଁଠି ସେ ବେଧଡ଼କ୍‌ ଭାବେ କମ୍ପାନୀର କାର୍ଯ୍ୟକୁ କରିପାରିବେ। ଏହି ମନ୍ତ୍ରୀଙ୍କ ଘରକୁ କୁଆଡ଼େ ସମ୍ପୃକ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନେ ନିୟମିତ ଯା’ଆସ କରି ସ୍ଥିତିର ଅଗ୍ରଗତି ପରଖୁଛନ୍ତି। ତେବେ ଏହି ବିବାଦର ସମାଧାନ ଓ ଚାଲିଥିବା ଡିଲ୍‌ରେ ସ୍ଥାନୀୟ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖାଯାଇଛି। ସେହି ଅଂଚଳର କିଛି ବିଜେଡି ଯୁବ ନେତାଙ୍କୁ ମଧ୍ୟ ଲୋକଙ୍କୁ ବୁଝାଇବା ଓ ଜମି ବିବାଦର ସମାଧାନ ପାଇଁ କୁଆଡେ଼ କମ୍ପାନୀ ଦେଇଥିବା କିଛି ଟଙ୍କା ବି ଦିଆଯାଇଛି। ଏହି ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପାଇଁ ବାଟ ସୁଗମ କରି ବିଜେଡି କୁଆଡେ଼ ନିର୍ବାଚନୀ ପାଣ୍ଠି ସଂଗ୍ରହ ନିମନ୍ତେ ଉଦ୍ୟମକୁ ଜୋରଦାର୍ କରିଛି ବୋଲି ଚର୍ଚ୍ଚା ହେଉଛି।



from OdishaReporter https://ift.tt/2A5Q2sh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages