
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ ପଡ଼ିଆରେ ଭାରତକୁ ଅନେକ ମ୍ୟାଚ୍ରେ ବିଜୟୀ କରାଇଥିବା ବୀରେନ୍ଦ୍ର ସେହୱାଗ୍ ଏବଂ ଗୌତମ ଗମ୍ଭୀରଙ୍କ ଯୋଡ଼ି ପୁଣି ଥରେ ଦେଖିବାକୁ ମିଳିବେ। ଏ ଦୁଇଜଣଙ୍କୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ର (DDCA) ନବଗଠିତ କ୍ରିକେଟ୍ କମିଟିରେ ସାମିଲ୍ କରାଯାଇଛି। କମିଟିରେ ସେହବାଗ୍ ଓ ଗମ୍ଭୀରଙ୍କ ବ୍ୟତୀତ ଆକାଶ ଚୋପ୍ରା ଓ ରାହୁଲ ସଙ୍ଘଭି ମଧ୍ୟ ରହିବେ। ଏମାନେ ସମସ୍ତେ ଦିଲ୍ଲୀ କ୍ରିକେଟ୍ର ବିକାଶ ଦିଗରେ କାମ କରିବେ। ଏହି ୪ ଜଣଙ୍କ ନିକଟରେ ଚୟନକର୍ତ୍ତା ଓ କୋଚ୍ଙ୍କୁ ନିଯୁକ୍ତି ଦେବାର କ୍ଷମତା ରହିଛି। ସେହିପରି କ୍ରିକେଟ୍ ସହ ଜଡ଼ିତ ଅନ୍ୟ ମାମଲାରେ ମଧ୍ୟ ଏମାନେ ଫୈସଲା କରିପାରିବେ। ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମା ଏହି ସୂଚନା ଦେଇଛନ୍ତି। ଡିଡିସିଏ ଅଧ୍ୟକ୍ଷ କହିଛନ୍ତି, ଏହି ନିଯୁକ୍ତି ଲୋଧା ସମିତି ଅନୁସାରେ କରାଯାଇଛି।
ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମାଙ୍କ ଏହି ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି। ଏ ପର୍ଯ୍ୟନ୍ତ ଗମ୍ଭୀର କ୍ରିକେଟ୍ରୁ ସନ୍ନ୍ୟାସ ନେଇନଥିବା ବେଳେ, ସେ କିପରି ଚୟନକର୍ତ୍ତାଙ୍କୁ ଚୟନ କରିବେ ବୋଲି ପ୍ରଶ୍ନ ଉଠିଛି। ଗମ୍ଭୀର ଓ ସେହୱାଗ ଡିଡିସିଏ ଅଧ୍ୟକ୍ଷ ରଜତ ଶର୍ମାଙ୍କ ନିକଟତର ହୋଇଥିବାରୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି, ଯେହେତୁ ଇଣ୍ଡିଆ ଟିଭିର ମାଲିକ ରଜତ ଶର୍ମା, ତେଣୁ ସେହୱାଗଙ୍କ ସହ ଇଣ୍ଡିଆ ଟିଭି କମେଣ୍ଟ୍ରି ପାଇଁ ଚୁକ୍ତି କରିଛି।

from OdishaReporter https://ift.tt/2JSvxPs
No comments:
Post a Comment