
ଲମତାପୁଟ(ଜଗତଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ୍ ୬୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
ଗତକାଲି ରାତିରେ ସଗର-ମଣ୍ଡେଇପୁଟ ରାସ୍ତାରେ ପୁଲିସ୍ ଏକ ଟାଟା ସଫାରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ଗଞ୍ଜେଇ ମିଳିଥିଲା। ଜବତ ହୋଇଥିବା ଗଞ୍ଜେଇ ଜଲାପୁଟରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା।
ଏହି ମାମଲାରେ ଗିରଫ ହୋଇଥିବା ୩ ଜଣଙ୍କ ଘର ଛତିଶଗଡ଼, ଉତ୍ତର ପ୍ରଦେଶ ଓ ବିହାରରେ ବୋଲି ଜଣାପଡ଼ିଛି।
from OdishaReporter https://ift.tt/2Lodt5n


No comments:
Post a Comment