
ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଗାଁ ଲୋକଙ୍କୁ ଗୋରୁ, ଗାଈ ଓ ଛେଳି ଚରାଇବାକୁ ମନା କରିଦେବା ୫ଟି ଅଣ-ଆଦିବାସୀ ପରିବାରକୁ ମହଙ୍ଗା ପଡ଼ିଛି। “ଗୋରୁ, ଗାଈ ଚରାଅ ନଚେତ ଗାଁ ଛାଡ଼ି ତୁରନ୍ତ ପଳାଅ, ଆମ କଥା ନ ମାନିଲେ ଗାଁ ରୁ ବାସନ୍ଦ କରାଯିବ” ବୋଲି ଗ୍ରାମବାସୀ ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଜୁରୁକୁପୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ଗ୍ରାମବାସୀଙ୍କର ଗାଁରୁ ବାସନ୍ଦ ହେବା ଧମକ ମିଳିବା ପରେ ଏହି ପାଞ୍ଚଟି ପରିବାର କ.ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ସେମାନେ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଗ୍ରାମବାସୀଙ୍କ ଏଭଳି ନିଷ୍ପତ୍ତି ପରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କ.ନୂଆଗାଁ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଅଭିଯୋଗକାରୀ ଗୌତମ ନାଗ କହିଛନ୍ତି,“ଗାଁରେ ଗାଈ ଓ ଛେଳି ନ ଚରାଇଲେ ଗାଁରୁ ବାହାରିଯାଅ ବୋଲି ଗାଁ ଲୋକେ କହୁଛନ୍ତି। ଏବେ ବର୍ଷା ଦିନ, ଆମେ କୁଆଡ଼େ ଯିବୁ ବୋଲି ଚିନ୍ତାରେ ଅଛୁ।”
from OdishaReporter https://ift.tt/2Af9jHE
No comments:
Post a Comment