ସାଧାରଣ ନିର୍ବାଚନ ପୂର୍ବରୁ ଆସନ ବୁଝାମଣା କରିପାରେ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ସାଧାରଣ ନିର୍ବାଚନ ପୂର୍ବରୁ ଆସନ ବୁଝାମଣା କରିପାରେ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ଓଡ଼ିଶାରେ ସବୁଦଳ ଆରମ୍ଭ କରିଛନ୍ତି ପ୍ରାର୍ଥୀ ଚୟନ କସରତ। ତେବେ ତା’ ଭିତରେ କେଉଁ ଦଳ ସହ କିଏ ଓ କିଭଳି ଆସନ ବୁଝାମଣା କରିବ ସେନେଇ ଗୋଟିଚାଳନା ଆରମ୍ଭ ହୋଇଛି। ସିପିଆଇ, ସିପିଏମ୍ ସହ କଂଗ୍ରେସ ବୁଝାମଣା ନେଇ ବିଚାର ବିମର୍ଶ ଚାଲିଥିବା ନେଇ ଆଲୋଚନା ହେଉଛି।

୨୦୧୯ ପୂର୍ବରୁ ହୋଇପାରେ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ, ବିଜେଡି ଓ ବିଜେପି ଚଳାଇଛନ୍ତି ଜୋରଦାର କସରତ। ତା’ସହ ଆସନ ବୁଝାମଣା ନେଇ ବି ଆରମ୍ଭ ହୋଇଯାଇଛି ଆଲୋଚନା। ଉଭୟ କଂଗ୍ରେସ ଓ ବିଜେଡିର ଫୋକସରେ ରହିଛନ୍ତି ସିପିଏମ୍ ଓ ସିପିଆଇ। ୨୦୧୪ ନିର୍ବାଚନରେ ସିପିଆଇକୁ ୨.୩୨ ପ୍ରତିଶତ ଭୋଟ ମିଳିଥିବା ବେଳେ ସିପିଏମ୍ ୪.୭୦ ପ୍ରତିଶତ ଭୋଟ ଉପରେ କବ୍‌ଜା କରିଥିଲା। ଏହି ସଂଖ୍ୟା ଆଗାମୀ ନିର୍ବାଚନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଯଦି ବୁଝମଣା ହୁଏ ତେବେ ଉଭୟ ଦଳକୁ ଗୋଟିଏ ଲେଖାଏ ଲୋକସଭା ଆସନ ଦେଇପାରେ କଂଗ୍ରେସ। ତା’ସହିତ ବାମ ଦଳଙ୍କ ପ୍ରଭାବ ଥିବା ୧୧ଟି ବିଧାନସଭା ମଣ୍ଡଳୀରେ ମଧ୍ୟ ବୁଝାମଣାର ସମ୍ଭାବନା ରହିଛି।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି-“ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିରୋଧୀ ଦଳ ଏକାଠି ହୋଇ ଆଲୋଚନା କରିବାରେ କିଛି ଭୁଲ୍‌ ନାହିଁ। କେନ୍ଦ୍ରୀୟ କମିଟି ଅନୁମତି ଦେଲେ ସମଭାବାପନ୍ନ ଦଳ ସହିତ ଆଲୋଚନା କରାଯାଇପାରେ।”

ବରିଷ୍ଠ ସିପିଏମ୍ ନେତା ଜନାର୍ଦ୍ଦନ ପତି କହିଛନ୍ତି-“ବିଜେପି ସହିତ ବିଜେଡି ରହିବାକୁ ଚାହୁଁଛି ବୋଲି ଆମର ସନ୍ଦେହ ହେଉଛି। ତେଣୁ ବିଜେଡି ସହିତ ଯିବାର ପ୍ରଶ୍ନ ଉଠୁନି। କଂଗ୍ରେସ ସହିତ ସରକାର ଗଢ଼ିବାର ସମ୍ଭାବନା ନାହିଁ। କେବଳ ଆସନ ବୁଝାମଣାର ସମ୍ଭାବନା ଅଛି।”

ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନନୁଗୋ କହିଛନ୍ତି-“ଆସନ୍ତା ୨୧ ତାରିଖରେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ବସୁଛି। ଏନେଇ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ।”

ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କଂଗ୍ରେସର ଆସନ ବୁଝାମଣା ଆଲୋଚନା ବି ଆଗକୁ ବଢ଼ିଛି। ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜେଏମଏମ୍ ରାଜ୍ୟ ସଭାପତି ସୂଚନା ଦେଇଛନ୍ତି।

୨୦୦୯ରେ ବିଜେଡି ବାମଦଳଙ୍କ ସହ ଆସନ ବୁଝାମଣା କରିଥିବା ବେଳେ ୨୦୧୪ରେ ଏକାକୀ ଲଢିଥିଲା। ମାତ୍ର ଏବେ ସରକାର ବିରୋଧୀ ହାଓ୍ୱା ବୋହୁଥିବାରୁ ପରିସ୍ଥିତିକୁ ଦେଖି ବିଜେଡି କିଛି ସ୍ଥାନରେ ଆସନ ବୁଝାମଣା କରିପାରେ। ଖାସ୍ କରି ପଞ୍ଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ମୟୂରଭଞ୍ଜ ଓ ସୁନ୍ଦରଗଡ଼ର କିଛି ଆସନ ସହଯୋଗୀଙ୍କୁ ଛାଡିପାରେ।



from OdishaReporter https://ift.tt/2JCrUgb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages