ଓଡ଼ିଶାରେ ଆହୁରି ବଢ଼ିବ ଏୟାରଟେଲ‌୍‍ ମୋବାଇଲ୍ ନେଟୱାର୍କ: ଡାଟା ଓ ସ୍ପିଡ୍ ଉପରେ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଓଡ଼ିଶାରେ ଆହୁରି ବଢ଼ିବ ଏୟାରଟେଲ‌୍‍ ମୋବାଇଲ୍ ନେଟୱାର୍କ: ଡାଟା ଓ ସ୍ପିଡ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା ‘ଭାରତୀ ଏୟାରଟେଲ‌୍‍’ ୨୦୧୮-୧୯ ଆଥିର୍କ ବର୍ଷ ପାଇଁ ଏହାର ବିଶାଳ ନେଟୱାର୍କ ବୃଦ୍ଧି ଯୋଜନା ସଂପର୍କରେ ଘୋଷଣା କରିଛି। ଓଡ଼ିଶାରେ କମ୍ପାନୀ ‘ଦୃତ ମୋବାଇଲ ଡାଟା’ ଅଧିକ ସଂପ୍ରସାରଣ କରିବାକୁ ଯୋଜନା କରିଛି। ନେଟୱାର୍କ ସଂପ୍ରସାରଣ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ଲିପ‌୍‍’ର ଏକ ଅଂଶ ସ୍ୱରୂପ- ୨୦୧୮-୧୯ ଆଥିର୍କ ବର୍ଷରେ ୪,୪୦୦ଟି ନୂଆ ସାଇଟ‌୍‍ ଯୋଗ କରିବା ପାଇଁ ଏୟାରଟେଲ‌୍‍ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରେ ୧,୫୦୦ କି.ମି ବିଶିଷ୍ଟ ଅପଟିକ‌୍‍ ଫାଇବର ସଂଯୋଗ ଅନ୍ତର୍ଭୁକ୍ତ। ୨୦୧୮-୧୯ ଆଥିର୍କ ବର୍ଷ ପାଇଁ କରାଯାଇଥିବା ସଂପ୍ରସାରଣ ଯୋଜନା, ୨୦୧୭-୧୮ ଆଥିର୍କ ବର୍ଷକୁ ଅନୁସରଣ କରୁଛି। ଯେଉଁଥିରେ ୫୩,୦୦୦ଟି ସହର ଓ ଗାଁରେ ଏହାର ମୋବାଇଲ‌୍‍ ବ୍ରଡ଼ବ୍ୟାଣ୍ଡକୁ ସଂପ୍ରସାରଣ କରି ଓଡ଼ିଶାରେ ୩୬୬୦ ନୂତନ ସାଇଟ‌୍‍ ଆରମ୍ଭ ହେବା ପାଇଁ ଓ ୫୦୦କି.ମିରୁ ଅଧିକ ବିଶିଷ୍ଟ ଅପ୍ଟିକ‌୍‍ ଫାଇବର ଶୁଭାରମ୍ଭ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ‌୍‍ ପକ୍ଷରୁ ଏହାର ମୂଖ୍ୟ ପରିଚାଳନା ଅଧିକାରୀ- ଓଡ଼ିଶା, ସିଦ୍ଧାର୍ଥ ମୋତିୱାଲେ, କହିଛନ୍ତି ଯେ- ‘ଓଡ଼ିଶାରେ ଗ୍ରାହକମାନଙ୍କୁ ଉତ୍ତମ ସ୍ମାର୍ଟଫୋନ‌୍‍ ନେଟୱାର୍କରେ ଅହରହ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ପ୍ରତିଶୃତିବଦ୍ଧ। ଚଳିତ ଆଥିର୍କ ବର୍ଷ ଶେଷ ସୁଦ୍ଧା ଆମ ନେଟୱାର୍କ ସକ୍ଷମତାକୁ ୧୫,୬୦୦ରୁ ଉର୍ଦ୍ଧ୍ୱ ସାଇଟ ସହିତ ସଂପ୍ରସାରଣ କରାଇବୁ। ଆମର ବର୍ଦ୍ଧିତ ସ୍ପିଡ଼‌୍‍, ପହଞ୍ଚ ଓ କଭରେଜ୍ ସହିତ, ଆମ୍ଭେମାନେ ସରକାରଙ୍କ ଡିଜିଟାଲ‌୍‍ ଇଣ୍ଡିଆରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛୁ। ଏହି ଯୋଜନାର ଶୁଭାରମ୍ଭ ସହିତ ଓଡ଼ିଶାରେ ଥିବା ଏୟାଟେଲ‌୍‍ର ମୋବାଇଲ‌୍‍ ସାଇଟ‌୍‍ ଗୁଡ଼ିକର ସଂଖ୍ୟା ୧୫,୬୦୦ର ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ମୁଖ୍ୟତଃ ସ୍ପିଡ଼‌୍‍ ଓ ଭଏସ୍‌ର ଗୁଣବତ୍ତାକୁ ଆହୁରି ଉନ୍ନତ କରାଇବ। ନୂତନ ଅପ୍ଟିକ‌୍‍ ଫାଇବରର ସଂଯୋଗ ଏହାର ଫାଇବରର ମେରୁଦଣ୍ଡକୁ ୯,୫୦୦ କି.ମି ପର୍ଯ୍ୟନ୍ତ ସଂପ୍ରସାରିତ କରିବ, ଯାହାକି ଉକ୍ତ ଅଞ୍ଚଳରେ ଉଚ୍ଚ ତୀବ୍ରତାଯୁକ୍ତ ଡାଟା ସେବାକୁ ବୃଦ୍ଧି କରାଇବାରେ ସହାୟକ ହେବ। ଜୁନ‌୍‍ ୨୦୧୮ରେ ଶୁଭାରମ୍ଭ ହୋଇଥିବା ଭୋଲ୍ଟି ସେବା ସହିତ, ଓଡ଼ିଶାରେ ଅହରହ ୪-ଜି ନେଟୱାର୍କ ପ୍ରଦାନ କରି ଏୟାରଟେଲ‌୍‍ ଏହାର ଭୋଲ୍ଟି ନିୟନ୍ତ୍ରଣରେ ଏକ ଉଦାହରଣ ସୃଷ୍ଟି କରିଛି।



from OdishaReporter https://ift.tt/2Np5cun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages