
ହାୱଡା: ବିଜେପିକୁ ୨୦୧୯ ନିର୍ବାଚନରେ ମାତ୍ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ତୃତୀୟ ସାମୁଖ୍ୟର ପରିକଳ୍ପନା କରିଛନ୍ତି, ତାକୁ ବାସ୍ତବ ରୂପ ଦେବାକୁ ଆଜି ସେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟିଛନ୍ତି। ରାଜ୍ୟ ସଚିବାଳୟରେ ଉଭୟ ନେତା ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ପରେ ଓମାର କହିଛନ୍ତି ‘ମମତା ଦିଦି ସର୍ବଦା କଶ୍ମୀର କଥାକୁ ଗୁରୁତ୍ୱ ଦିଅନ୍ତି। ଆମେ ବର୍ତ୍ତମାନ ଜମ୍ମୁ-କଶ୍ମୀରର ସ୍ଥିତି ସମ୍ପର୍କରେ ଆଲୋଚନା କରିଛୁ। ଦେଶରେ ଏବେ କେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ କେମିତି ନିର୍ଯାତିତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଛୁ। ଦେଶରେ ଏକାଠି ନିର୍ବାଚନ ଲଢ଼ିବା ହେଉଛି ଆମର ପ୍ରଥମ ଲକ୍ଷ୍ୟ।’ ମମତା ବାନାର୍ଜୀ ବିଜେପି ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ପ୍ରଶ୍ନର ଉତ୍ତର ଦେଇ ଓମାର କହିଛନ୍ତି, ନିର୍ବାଚନ ପରେ ଆମେ ଏକାଠି ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବୁ। ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ କିଏ ହେବ ସେଭଳି ପ୍ରଶ୍ନ ପଚାରି ଏବଂ ଜଣଙ୍କ ନାଁ ନେଇ କେହି ବିରୋଧୀ ମେଣ୍ଟକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ। ସମସ୍ତ ବିରୋଧୀ ଦଳ ଏବେ ଏକାଠି ଅଛନ୍ତି। ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ ପାଇଁ ବିଭିନ୍ନ ଅଣ ବିଜେପି ରାଜନେତାଙ୍କ ସହ ଆଲୋଚନା କରିଥିଲେ।
from OdishaReporter https://ift.tt/2uU3JFN
No comments:
Post a Comment