
ମାଲକାନଗିରି (ଜିତେନ୍ଦ୍ର ବେଉରିଆ): ଗତକାଲି ଲୋକାର୍ପିତ ହେଲା ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ‘ଗୁରୁପ୍ରିୟା’ ସେତୁ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଲାଗିଲା ୭୦ ବର୍ଷ। ଶୁଣିବାକୁ ମିଳିଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେଲା। ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ ଏହି ସେତୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭାଗ୍ୟ ଖୋଲିବ? କିନ୍ତୁ ପ୍ରକୃତରେ ଅଥଳ ଜଳରାଶି ଭିତରେ ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ଜୀଉଁଥିବା ବିଚ୍ଛିନ୍ନାଞ୍ଚଳର ୮ଟି ପଞ୍ଚାୟତରୁ ମାତ୍ର ୩ଟି ପଞ୍ଚାୟତ ବଡ଼ପଡ଼ା, ପେପରମେଟଲା, ଧୂଳିପୁଟର ଲୋକମାନେ ଏହି ନୂଆ ସେତୁର ସୁଫଳ ପାଇବେ। ଆହୁରି ୫ଟି ପଞ୍ଚାୟତ ଯଥା- ପଣସପୁଟ, ଯନ୍ତ୍ରୀ, ଅଣ୍ଡ୍ରାପାଲି, ଯୋଡ଼ାଆମ୍ବ ଓ ଗାଜଲମାମୁଡ଼ିର ଲୋକଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ। କାରଣ ଏସବୁ ପଞ୍ଚାୟତକୁ ଏବେ ମଧ୍ୟ ପାଣି ଘେରରେ ରହିଛି। ଅଞ୍ଚଳବାସୀ ଲଞ୍ଚରେ ବଡ଼ ବଡ଼ ନାଳ ପାରିହୋଇ ଯାଉଛନ୍ତି।

from OdishaReporter https://ift.tt/2AdhXq6
No comments:
Post a Comment