
ମୁମ୍ବାଇ: ଅଶାନ୍ତ ହୋଇପଡ଼ିବ ସମୁଦ୍ର। ମାଡ଼ି ଆସିବ ବଡ଼ ବଡ଼ ଜୁଆର। ପବନର ବେଗ ବି ଅସମ୍ଭାଳ ହୋଇପଡ଼ିବ। ଆସନ୍ତାକାଲି ଏମିତି ପରିସ୍ଥିତି ସୃଷ୍ଟି ହୋଇପାରେ ମୁମ୍ବାଇ ଉପକୂଳରେ। ଭାରତୀୟ ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ଅନୁଯାୟୀ, ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବ। ସପ୍ତାହେରୁ ଅଧିକ ସମୟ ଧରି ବର୍ଷା ଜାରି ରହିଥିବା ମୁମ୍ବାଇରେ ଆସନ୍ତାକାଲି ପାଇଁ ଏମିତି କିଛି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ତେବେ ତା’ ପୂର୍ବରୁ ଶନିବାର ମୁମ୍ବାଇର ବିଭିନ୍ନ ସ୍ଥାନରେ ପ୍ରବଳରୁ ଭୀଷଣ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ରାତି ଗୋଟାଏ ବେଳେ ୪.୯୬ ମିଟର ଉଚ୍ଚ ଏବଂ ଆସନ୍ତାକାଲି ରାତି ୧ଟା ୪୯ରେ ସମୁଦ୍ରରେ ୪.୯୭ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ। ମୁମ୍ବାଇ ପାଣିପାଗ ବିଭାଗର ଅଜୟ କୁମାର କହିଛନ୍ତି ଯେ, ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ବଳୟରେ ଏକ ଲୋ-ପ୍ରେସର୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଗୁଜରାଟ ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।
ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ମୂଷଳ ଧାରାରେ ବର୍ଷା ହେବ। ସେପଟେ ଏନେଇ ବନ୍ୟା ଆଶଙ୍କା କରିଛି ବିଏମସି (ମୁମ୍ବାଇ ମହାନଗର ନିଗମ)। ତେଣୁ ସହରବାସୀଙ୍କୁ ସତର୍କ କରାଯାଇଛି। ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ନେଇ ବାରଣ କରାଯାଇଛି। ଏଥିସହିତ ସମୁଦ୍ରକୂଳରେ ବୁଲିବା କିମ୍ବା ନ ଗାଧୋଇବା ପାଇଁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ୧୨ ଘଣ୍ଟାରେ ମୁମ୍ବାଇର କୋଲାବ ଅଞ୍ଚଳରେ ୧୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ଜୁନ୍ ୯ ତାରିଖରେ ମୌସୁମୀ ଆସିବା ପରେ ଏହି ବର୍ଷାର ପରିମାଣ ସର୍ବାଧିକ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ଜୁଲାଇ ମାସରେ ସ୍ୱଭାବିକଠାରୁ ଅଧିକ ପରିମାଣର ବର୍ଷା ହୋଇଥିବା ଜଣାପଡ଼ିଛି।
from OdishaReporter https://ift.tt/2zGIwny
No comments:
Post a Comment