ଜମିରୁ ଜଳ ନିଷ୍କାସନକୁ ନେଇ ଗୋଷ୍ଠୀ ସଂଘର୍ଷ: ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଜମିରୁ ଜଳ ନିଷ୍କାସନକୁ ନେଇ ଗୋଷ୍ଠୀ ସଂଘର୍ଷ: ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଜମିରୁ ଜଳ ନିଷ୍କାସନକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟି ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲା ଶରଣକୁଳ ଥାନା ବଧିସାହି ଓ ପାଣିଭଣ୍ଡାର ଗାଁର ଦୁଇଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି । ବଧିସାହି ଗାଁ ଲୋକଙ୍କ ଗୁଳିମାଡ଼ରେ ପାଣିଭଣ୍ଡାର ଗାଁର ରାମଚନ୍ଦ୍ର ପ୍ରଧାନ ଏବଂ ସିଲୁ ପ୍ରଧାନଙ୍କ ମୁତ୍ୟୁ ହୋଇଛି । ଗୁଳିମାଡ଼ରେ  ଗୁରୁତର ଆହାତ ହୋଇଛନ୍ତି ଚନ୍ଦନ ପ୍ରଧାନ ଓ ମନୋଜ ସ୍ଵାଇଁ। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ପାଣିଭଣ୍ଡାର ଗାଁ ଅ।କ୍ରମଣରେ ବଧିସାହି ଗାଁ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିବାରୁ  ଘଟଣାସ୍ଥଳରେ  ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ରାସ୍ତାରେ ପୋଲ ନ ଥିବାରୁ ବଧିସାହି ଗାଁ ଲୋକଙ୍କ ଜମିରୁ  ବର୍ଷାପାଣି ନିଷ୍କାସନ ହୋଇପାରୁ ନ ଥିଲା। ଯାହାକୁ ନେଇ ଆଜି ବଧିସାହି ଗାଁ ଲୋକେ ରାସ୍ତାକାଟି ଜମିରୁ ପାଣି ନିସ୍କାସନ କରୁଥିବା ବେଳେ ପାଣିଭଣ୍ଡାର ଗ୍ରାମବାସୀ ଏହାକୁ  ବିରୋଧ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଲରେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗାଁ ମଧ୍ୟରେ ଶାନ୍ତି ପେଂରାଇ ଅ।ଣିବା ପାଇଁ  ସମାଧାନ କରାଯିବ ସହ ଗୁଳିମାଡ଼ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଶରଣକୁଳ  ଏସ୍‌ଡିପିଓ ନାରାୟଣ ବାରିକ  କହିଛନ୍ତି ।



from OdishaReporter https://ift.tt/2zDt8YT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages