କାଲି ଗ୍ରାଣ୍ଡ୍‌ ଫିନାଲେ: କାଉଣ୍ଟ୍‌ ଡାଉନ୍‌ ଷ୍ଟାର୍ଟ୍‌, ଫୁଟ୍‌ବଲ୍‌ ପଣ୍ଡିତଙ୍କ ଅଙ୍କ ଭୁଲ୍ ହୋଇଯିବ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

କାଲି ଗ୍ରାଣ୍ଡ୍‌ ଫିନାଲେ: କାଉଣ୍ଟ୍‌ ଡାଉନ୍‌ ଷ୍ଟାର୍ଟ୍‌, ଫୁଟ୍‌ବଲ୍‌ ପଣ୍ଡିତଙ୍କ ଅଙ୍କ ଭୁଲ୍ ହୋଇଯିବ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତକାଲି ଫିଫା ଫାଇନାଲରେ ଶକ୍ତିଶାଳୀ ଫ୍ରାନ୍ସକୁ ଟକ୍କର୍‌ ଦେବ କ୍ରୋଏସିଆ। ଚମତ୍କାର ଫର୍ମରେ ଥିବା କ୍ରୋଏସିଆ ଟିମ୍ ପ୍ରଥମଥର ପାଇଁ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି।  ଅନ୍ୟପକ୍ଷରେ ଫ୍ରାନ୍ସ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି। ୧୯୯୮ ପରି ଚଳିତ ଫାଇନାଲରେ ମଧ୍ୟ ଏହି ଫର୍ମ ଦୋହରାଇବାକୁ ଚେଷ୍ଟା କରିବ ଫ୍ରାନ୍ସ ଟିମ୍।

Related image

ଫିଫା ବିଶ୍ୱକପକୁ ନେଇ ଏବେ ସାରା ବିଶ୍ୱର ଉତ୍କଣ୍ଠା ଭରି ରହିଛି। ଆଉ ଫାଇନାଲ୍‌ରେ ଖେଳିବାକୁ ଥିବା ଦୁଇ ଦେଶ ଫ୍ରାନ୍ସ ଓ କ୍ରୋଏସିଆରେ ଏବେ ପୁରା ଫୁଟବଲ୍‌ ମାନିଆ। କ୍ରୋଏସିଆରେ ଏବେ କେବଳ ଫୁଟବଲ୍‌ ଚର୍ଚ୍ଚା। ଆଉ ଏଥିରୁ ବାଦ ପଡିନାହାନ୍ତି ରାଷ୍ଟ୍ରପତି କୋଲିନ୍ଦା ଗ୍ରାବର। ସେ ନିଜେ ମ୍ୟାଚ ବେଳେ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଋଷିଆ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଯେତେବେଳ କ୍ରୋଏସିଆ ବିଜୟୀ ହେଲା ସେତେବେଳ ରାଷ୍ଟ୍ରପତି ଖୁସିରେ ନାଚି ଉଠିଥିଲେ। ଦର୍ଶକ ଗ୍ୟାଲେରୀରେ ଫିଫା ସଭାପତି ଜିଆନି ଇନଫାନଣ୍ଟିନୋ ଓ ଋଷିଆ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡଭେଡେଭ୍ ଉପସ୍ଥିତ ଥିଲେ ମଧ୍ୟ ସେଥିପ୍ରତି ତାଙ୍କର ଟିକେ ବି ନିଘା ନଥିଲା। ଇଂଲଣ୍ଡ ବିପକ୍ଷରେ କ୍ରୋଏସିଆର ଆକର୍ଷଣୀୟ ବିଜୟ ପରେ ରାଷ୍ଟ୍ରପତି ଖେଳାଳିଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ବିଜୟ ଉତ୍ସବ ମନାଇଥିଲେ।

Image result for croatia france final

ଫାଇନାଲ ମ୍ୟାଚରେ ମଧ୍ୟ ଉପସ୍ଥିତ ରହିବେ ରାଷ୍ଟ୍ରପତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସେ କ୍ରୋଏସିଆର ଜର୍ସି ଉପହାର ଦେବେ ବୋଲି ସ୍ଥିର କରିଛନ୍ତି। ମ୍ୟାଚର ପରିଣାମ କ୍ରୋଏସିଆ ଦଳ ସପକ୍ଷରେ ଯିବ ବୋଲି ସେ ପୁରା ଆଶା ରଖିଛନ୍ତି। ସେପଟେ ଋଷିଆରେ ଫାଇନାଲ ମ୍ୟାଚ ଦେଖିବା ପାଇଁ କ୍ରୋଏସିଆରେ ଲୋକମାନଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ଦେଖିବାକୁ ମିଳିଛି। ଏଥିପାଇଁ କ୍ରୋଏସିଆର ପାସପୋର୍ଟ କାର୍ଯ୍ୟାଳୟରେ ଭିଡ଼ ବଢିବାରେ ଲାଗିଛି। ୧୯୯୮ରେ କ୍ରୋଏସିଆ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ପ୍ରଶଂସକଙ୍କ ଉତ୍ସାହ, ରାଷ୍ଟପତିଙ୍କ ସମର୍ଥନ ଓ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ କ୍ରୋଏସିଆ ଚଳିତ ବର୍ଷ ଦଳକୁ ପ୍ରଥମ ଫିଫା ବିଶ୍ୱକପ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଛି।

Image result for croatia france final

ସେପଟେ ଫ୍ରାନ୍ସରେ ମଧ୍ୟ ଫିଫା ବିଶ୍ୱକପକୁ ନେଇ ନାହିଁ ନଥିବା ଉତ୍ସାହ ଦେଖାଦେଇଛି।  ୨୦ବର୍ଷ ପରେ ପୁଣି ଥରେ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି ଫ୍ରାନ୍ସ ଟିମ୍। ଘରୋଇ ମାଟିରେ ବ୍ରାଜିଲ୍‌କୁ ମାତ ଦେଇ ଜିନେଡିନ୍ ଜିଡାନେଙ୍କ ଟିମ୍ ୧୯୯୮ରେ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲା। ଆଉ ସେହି ଫର୍ମକୁ ଆଉଥରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଫ୍ରାନ୍ସ। ପୁରା ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ ଟିମ୍ ମାତ୍ର ୯ମିନିଟ୍ ପାଇଁ ପଛୁଆ ରହିଛି। ଫ୍ରାଇନାଲରେ ଦଳ ଆଗୁଆ ଗୋଲ ଦେଇ କ୍ରୋଏସିଆ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ ଫ୍ରାନ୍ସ। ଟିନ୍‌ଏଜ୍‌ର ଏମବାପେ ବ୍ରାଜିଲର ପେଲେଙ୍କ ପରେ ବିଶ୍ୱକପ ଫାଇନାଲରେ ଗୋଲ ଦେବାର ସୁଯୋଗ ରହିଛି।

Image result for croatia france final



from OdishaReporter https://ift.tt/2zGzZkw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages