
ଭ୍ଲାଡିଭଷ୍ଟକ: ଭାରତୀୟ ସଟଲର୍ ସୌରଭ ବର୍ମା ରୁଷିଆ ଓପନ୍ ଟୁର୍ ସୁପର୍ ୧୦୦ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସେ ଫାଇନାଲ୍ରେ ଜାପାନ୍ କୋକି ୱାଟାନାବେଙ୍କୁ ପରାସ୍ତ କରିଛନ୍ତି। ଗୋଟିଏ ସମୟରେ ମ୍ୟାଚ୍ଟି ସୌରଭଙ୍କ ହାତରୁ ଖସି ଯିବାକୁ ବସିଥିବା ବେଳେ ସେ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି।
୨୫ ବର୍ଷୀୟ ସୌରଭ ବର୍ମା ଆହତ ହୋଇ ଅନେକ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ତେବେ ରୁଷିଆ ଓପନ୍ ଟୁର୍ ସୁପର୍ ୧୦୦ ଟୁର୍ଣ୍ଣାମେଣ୍ଟରେ ତାଙ୍କର କମ୍ବ୍ୟାକ୍ ହୋଇଥିଲା।
ସେ ଫାଇନାଲ୍ ମ୍ୟାଚ୍ରେ ଅନୁଷ୍ଠିତ ଏକ ଘଣ୍ଟାର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଜାପାନ୍ର କୋକିଙ୍କୁ ୧୯-୨୧,୨୧-୧୨ ଓ ୨୧-୧୭ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
ଅନ୍ୟପକ୍ଷରେ ମିକ୍ସଡ୍ ଡବଲ୍ ଫାଇନାଲ୍ରେ ବିଶ୍ୱର ଦ୍ୱିତୀୟ ସିଡ୍ ଭାରତର ରୋହନ କପୁର ଓ କୁହୋ ଗର୍ଗ ରୁଷିଆର ଭ୍ଲାଦିମିର ଇଭାନୋଭ ଓ କୋରିଆର ମିନ୍ କୁଙ୍ଗ କିମ୍ଙ୍କଠାରୁ ସିଧାସଳଖ ୧୯-୨୧ ଓ ୧୭-୨୧ରେ ପରାସ୍ତ ହୋଇଛନ୍ତି।
from OdishaReporter https://ift.tt/2viVlz4
No comments:
Post a Comment