ଗୋ-ସୁରକ୍ଷା ନାଁରେ ଆଉ ଜଣଙ୍କୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଗୋ-ସୁରକ୍ଷା ନାଁରେ ଆଉ ଜଣଙ୍କୁ ପିଟିପିଟି ମାରିଦେଲେ

ଅଲୱର: ଗୋ-ସୁରକ୍ଷା ନାଁରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତଥା ସାଧାରଣ ଲୋକଙ୍କୁ ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇବା ସହ କଠୋର ଆଇନ୍‌ ପ୍ରଣୟନ କରିବାକୁ କହିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ଏହି ତାଗିଦ୍‌କୁ କିଛି ଲୋକ ସତେ ଯେମିତି ଫୁ’ କରିଦେଇଛନ୍ତି। ରାଜସ୍ଥାନର ଅଲୱର ଜିଲ୍ଲାରେ ପୁଣି ମାତିଛନ୍ତି ଗୋ-ସୁରକ୍ଷା ନାଁରେ ଗୁଣ୍ଡାଗର୍ଦ୍ଦି କରୁଥିବା କିଛି ଅସାମାଜିକ ଲୋକ।  ଗୋରୁ ଚୋରାଚାଲାଣ ନାଁରେ ଆକବର ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ରାମଗଡ଼ଠାରେ ଆକବର ଓ ତାଙ୍କର ଜଣେ ସହଯୋଗୀ ଗାଈ ନେଇ ଯାଉଥିବା ବେଳେ ଗାଁ ଲୋକ ସେମାନଙ୍କୁ ଦେଖିଥିଲେ। ସେମାନେ ଗୋ-ଚୋରାଚାଲାଣ କରୁଥିବା ସନ୍ଦେହ କରି ଗାଁ ଲୋକ ଉଭୟଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ଆକବରଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଆକବରଙ୍କ ଘର ହରିଆଣାର କୋଲଗାଓଁରେ ବୋଲି ଜଣାପଡ଼ିଛି।

ଗତବର୍ଷ ଏପ୍ରିଲ ୧ରେ ଅଲୱରରେ ପେହଲୁ ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ ଠିକ୍‌ ଅନୁରୂପ ଭାବେ ଗୋ-ଚୋରାଚାଲାଣ ଗୁଜବକୁ ନେଇ ଲୋକମାନେ ପିଟିପିଟି ହତ୍ୟା କରିଥିଲେ। ଆଜିର ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

୪ ଦିନ ତଳେ ସୁପ୍ରିମକୋର୍ଟ ପିଟିପିଟି ହତ୍ୟା ଘଟଣାକୁ ନିନ୍ଦା କରିବା ସହ ସଂସଦକୁ ଏହା ବିରୋଧରେ ନୂଆ ଆଇନ୍‌ ପ୍ରଣୟନ କରିବାକୁ କହିଥିଲେ। କୌଣସି ବ୍ୟକ୍ତି ଆଇନ୍‌କୁ ହାତକୁ ନେଇ ପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଥିଲେ। ତଥାପି କିଛି ଲୋକ ଏହାକୁ ଖାତିର କରୁନଥିବା ଏ ଘଟଣାରୁ ସ୍ପଷ୍ଟ ହୋଇଛି।



from OdishaReporter https://ift.tt/2JJlBaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages