
ଗୁରୁଗ୍ରାମ: ପତ୍ନୀଙ୍କ ସହ ପାଟିତୁଣ୍ଡ ହେବାପରେ ଜଣେ ୨୮ ବର୍ଷୀୟ ବ୍ୟକ୍ତି ଆଜି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।
ତେବେ ଏହି ଆତ୍ମହତ୍ୟା ବେଳର ଦୃଶ୍ୟକୁ ବ୍ୟକ୍ତି ଜଣଙ୍କ ଫେସବୁକ୍ରେ ଲାଇଭ୍ କରିଥିଲେ। ଅର୍ଥାତ ଆତ୍ମହତ୍ୟାର ସିଧାପ୍ରସାରଣ ହୋଇଥିଲା।
ସଂପୃକ୍ତ ଯୁବକଙ୍କ ନାଁ ଅମିତ ଚୌହାନ। ସେ ଗୁରୁଗ୍ରାମ ସହରଠାରୁ ୨୮ କିମି ଦୂର ପତୌଦିସ୍ଥିତ ହାଇଲିୟା ମଣ୍ଡିଠାରେ ରହୁଥିଲେ।
ପାରିବାରିକ ମାମଲାକୁ ନେଇ ଅମିତ ଓ ତାଙ୍କ ପତ୍ନୀ ପ୍ରୀତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଅମିତ ନିଜ ରୁମ୍ରେ ଫ୍ୟାନ୍ ସାହାଯ୍ୟରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଥିଲେ।
ଆତ୍ମହତ୍ୟାର ସଂପୂର୍ଣ୍ଣ ଦୃଶ୍ୟ ଫେସବୁକ୍ରେ ଲାଇଭ କରି ଏହି ଭିଡିଓକୁ ଶେୟାର କରିବାକୁ ସେ ଅନ୍ୟମାନଙ୍କୁ ଅନୁରୋଧ ଥିଲେ।
ଅମିତଙ୍କ ଏହି ଆତ୍ମହତ୍ୟାର ଲାଇଭ୍ ଭିଡିଓକୁ ଜଣେ ବ୍ୟକ୍ତି ଦୁଇଥର ଫେସବୁକ୍ରେ ଶେୟାର କରିଥିଲେ।
ସେ ମଧ୍ୟ ମାନସିକ ଅବସାଦଗ୍ରସ୍ତ ହୋଇଥିବାରୁ ପୁଲିସ୍ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛି।
from OdishaReporter https://ift.tt/2M7YhWq
No comments:
Post a Comment