୨୦୧୯ରେ ହିଁ ହେବ ସାଧାରଣ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

୨୦୧୯ରେ ହିଁ ହେବ ସାଧାରଣ ନିର୍ବାଚନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଧାରଣ ନିର୍ବାଚନ ୨୦୧୯ ମସିହାରେ ହିଁ ହେବ। ଗତ କିଛିଦିନ ଧରି ଆଗୁଆ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ଭୋଟର ତାଲିକାରେ ନାଁ ସାମିଲ ଓ ବାଦ୍ ଦେବା ଅବା ସଂଶୋଧନ କରିବା କାର୍ଯ୍ୟ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୧୯ ଜାନୁଆରୀ ୪ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଯେଉଁମାନଙ୍କ ବୟସ ୨୦୧୯ ଜାନୁଆରୀ ସୁଦ୍ଧା ୧୮ବର୍ଷ ବୟସ ହୋଇଥିବ ସେମାନେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଯେହେତୁ ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୪ ତାରିଖରେ ପ୍ରକାଶ ପାଇବ, ତେଣୁ ୨୦୧୮ ମସିହାରେ ସାଧାରଣ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି ବୋଲି ସେ ସ୍ପଷ୍ଟ କରିଛନ୍ତି।


ରାଜ୍ୟରେ ପ୍ରଥମଥର ପାଇଁ ଭୋଟବେଳେ ଭିଭିପ୍ୟାଟ୍ ମେସିନ୍ ବ୍ୟବହାର ହେବ। ଭୋଟରଙ୍କ ବିଶ୍ୱାସ ବୃଦ୍ଧି ପାଇଁ ରାଜ୍ୟର ସବୁ ବୁଥ୍ରେ ଭିଭିପ୍ୟାଟ୍ ବ୍ୟବହାର କରାଯିବ, ଯାହାଫଳରେ ଜଣେ ଭୋଟର କାହାକୁ ଭୋଟ୍ ଦେଇଛନ୍ତି ତାହା ସେ ନିଜେ ଜାଣିପାରିବେ। ତେବେ ଏହି ଭିଭିପ୍ୟାଟ୍ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ଶ୍ରୀ କୁମାର ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଗତ ଭୋଟର ତାଲିକା ସଂଶୋଧନବେଳେ ୩କୋଟି ୧୨ଲକ୍ଷ ୫୭ହଜାର ୮୦୩ଜଣ ଭୋଟର ଥିଲେ। ଆଗାମୀ ନିର୍ବାଚନ ପରେ ଭୋଟ୍ଗଣତିବେଳେ ଗଣମାଧ୍ୟମ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଗଣମାଧ୍ୟମ ଚାହିଁଲେ ଭୋଟ୍ ଗଣତିର ସିଧାସଳଖ ପ୍ରସାରଣ କରିପାରିବ ବୋଲି ସେ କହିଛନ୍ତି।



from OdishaReporter https://ift.tt/2At4Z7U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages