ଅନାସ୍ଥା ପ୍ରସ୍ତାବରୁ ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି: ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଅନାସ୍ଥା ପ୍ରସ୍ତାବରୁ ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି: ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥା ପ୍ରସ୍ତାବ ହେଉଛି କଂଗ୍ରେସ ଓ ବିଜେପିର ଏକ ଡ୍ରାମା। ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି ବୋଲି ବିଜେଡି କହିଛି। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଗତ ୧୪ ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି। ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି। ଏହି କାରଣରୁ ବିଜେଡି ଲୋକସଭାରେ ଆଜି ଉପସ୍ଥାପିତ ଅନାସ୍ଥାପ୍ରସ୍ତାବରେ ଭାଗ ନନେଇ କକ୍ଷ ତ୍ୟାଗ କରିଛି। ଏହି କକ୍ଷ ତ୍ୟାଗ ଉଭୟ ଏନ୍‍ଡିଏ ଓ ୟୁପିଏ ସରକାରଙ୍କ ବିରୋଧରେ ବିଜେଡିର ଏକ ପ୍ରତିବାଦ। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓଡ଼ିଶା ବାସୀଙ୍କ ପାଇଁ ସହାୟକ ହେବନାହିଁ କିମ୍ବା ଫଳପ୍ରଦ ନୁହେଁ ବୋଲି ବିଜେଡିର ୧୯ ଜଣ ସାଂସଦ ହୃଦୟଙ୍ଗମ କରି କକ୍ଷ ତ୍ୟାଗ କରିଥିଲେ। ୟୁପିଏ ଯାହା, ଏନ୍‍ଡିଏ ମଧ୍ୟ ତାହା। ସେଥିପାଇଁ ବିଜେଡି ଉଭୟ ଦଳଠାରୁ ସମଦୂରତ୍ୱରକ୍ଷା କରିଆସୁଛି ବୋଲି ଶ୍ରୀ ନାୟକ କହିଛନ୍ତି।



from OdishaReporter https://ift.tt/2uS03DB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages