ମରାଠା ସଂରକ୍ଷଣ ଅନ୍ଦୋଳନ ବେଳେ ଲଙ୍କାକାଣ୍ଡ: ଗାଡ଼ି ଜାଳିଲେ, ରାସ୍ତା ବନ୍ଦ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ମରାଠା ସଂରକ୍ଷଣ ଅନ୍ଦୋଳନ ବେଳେ ଲଙ୍କାକାଣ୍ଡ: ଗାଡ଼ି ଜାଳିଲେ, ରାସ୍ତା ବନ୍ଦ କଲେ

ଔରଙ୍ଗାବାଦ: ମରାଠା ସଂପ୍ରଦାୟର ଲୋକମାନେ ସଂରକ୍ଷଣ ଦାବିରେ ଜାରି ରଖିଥିବା ଆନ୍ଦୋଳନ ଆଜି ଭୟଙ୍କର ରୂପ ଧାରଣ କରିଛି। ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବିରେ ଆଜି ଲୋକମାନେ ଔରଙ୍ଗାବାଦରେ ଗାଡ଼ି ଜାଳି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ସେମାନେ ରାସ୍ତା ଅବରୋଧ କରି ଯାତାୟାତକୁ ଠପ୍‌ କରି ଦେଇଛନ୍ତି। ସେହିପରି ଆନ୍ଦୋଳନକାରୀ ଆଜି ଶିବସେନା ସାଂସଦ ଚନ୍ଦ୍ରକାନ୍ତ ଖାଇରେ ଓ କଂଗ୍ରେସ ଏମ୍‌ଏଲ୍‌ସି ସୁଭାଷ ଜାମବାଦଙ୍କୁ ଗାଇଗାଓଁ ଟୋକାଠାରେ ମାଡ଼ ମାରିଛନ୍ତି। ଏମାନେ ସଂରକ୍ଷଣ ଦାବିରେ ସୋମବାର ଗୋଦାବରୀ ନଦୀରେ ଆତ୍ମହତ୍ୟା କରିଥିବା ୨୮ ବର୍ଷୀୟ କାକାଶାହେବ ସିନ୍ଧେଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିବା ବେଳେ ଏଭଳି ଆକ୍ରମଣର ଶିକାର ହୋଇଥିଲେ। ଆନ୍ଦୋଳନକାରୀ ଅହମଦନଗର ଓ ଔରଙ୍ଗାବାଦ ଜାତୀୟ ରାଜପଥ ଅବରୋଧ କରିବା ସହ ଏକାଧିକ ଗାଡ଼ି ପୋଡ଼ିବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଗୋଟିଏ ପୁଲସ୍‌ ଭ୍ୟାନ୍‌ ଓ ଯାତ୍ରୀବାହୀ ବସ୍‌ ରହିଛି। କୋଲାପୁରଠାରେ ମରାଠା ସଂପ୍ରଦାୟର ଲୋକମାନେ ଦାସରା ଚୌକଠାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁ ଯାତାୟାତ ଗଭୀର ଭାବେ ପ୍ରଭାବିତ ହୋଇଛି। ଆନ୍ଦୋଳନ ଯୋଗୁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ମରାଠା କ୍ରାନ୍ତି ମୋର୍ଚ୍ଚାର ସଦସ୍ୟମାନେ ଔରଙ୍ଗାବାଦର ଗଙ୍ଗାପୁରଠାରେ ଗୋଟିଏ ଟ୍ରକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ଆନ୍ଦୋଳନକାରୀ ଔରଙ୍ଗାବାଦ ଓ ପୁଣେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଏହି ସମୟରେ କାକାଶାହେବ ନାମକ ଜଣେ ଆନ୍ଦୋଳନକାରୀ ଗୋଦାବରୀଙ୍କୁ ଡେଇଁ ଆତ୍ମହତ୍ୟା କରିବାକୁ ଆନ୍ଦୋଳନ ଭୟଙ୍ଗର ରୂପ ଧାରଣ କରିଥିଲା। ପୁଲିସ୍‌ ଏଭଳି ଆତ୍ମହତ୍ୟା କରିବାକୁ କାକାଶାହେବଙ୍କୁ ଉସାକାଇ ଥିଲା ବୋଲି ଅଭିଯୋଗ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜଲ ସମାଧୀ ନାମରେ ଅଭିଯାନ ଆରମ୍ଭ ହୋଇଛି।



from OdishaReporter https://ift.tt/2Lk4P7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages