
ଭଦ୍ରକ (ତପନ ସ୍ୱାଇଁ): ନିଜ ରକ୍ତର ନହେଲେ ସେ ଥିଲା ପୁଅ। କେବେ ତାକୁ ପର ବୋଲି ଭାବିନଥିଲେ। ନିଜ ପୁଅଠାରୁ ତାକୁ ଅଧିକ ଭଲ ପାଉଥିଲେ। କିନ୍ତୁ ସେହି ଧରମ ପୁଅର ନଜର ଥିଲା ଅନ୍ୟ କେଉଁଠି। ଏହାକୁ ଚରିତାର୍ଥ କରିବାକୁ ଯାଇ ଶିଳପୁଆରେ ଧରମ ମାଆର ମୁଣ୍ଡକୁ ଛେଚି ହତ୍ୟା କଲା। ଆଉ ତା’ପରେ ଧରମ ଭଉଣୀ ପ୍ରତି ତା’ ମନରେ ଥିବା ମନ୍ଦ ଉଦ୍ଦେଶ୍ୟ ପୂରଣ କଲା। ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ଧରମ ପୁଅକୁ କେବେ ଧର୍ମ ସହିବନି ବୋଲି ଆଜି ସବୁଠି ହେଉଛି ଆଲୋଚନା।
ପୂରା ଘଟଣା ଏମିତି। ୫ ପ୍ରାଣୀ କୁଟୁମ୍ୱକୁ ନେଇ ପଦୁ (ଛଦ୍ମନାମ)ଙ୍କ ପରିବାର। ଏଥିରେ ଅଛନ୍ତି ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅର ବାହାଘର ହୋଇଥିବା ବେଳେ ପୁଅ ଅର୍ଥ ଉପାର୍ଜନ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି। ଘରେ ପଦୁ, ତାଙ୍କ ସ୍ତ୍ରୀ ଓ ସାନ ଝିଅ ରୁହନ୍ତି। ପଦୁଙ୍କର ନିଜର ପୁଅ ଥିବା ସତ୍ତ୍ୱେ ସେହି ଗାଁର ବବୁଆ ମହାନ୍ତିଙ୍କୁ ଧରମ ପୁଅ କରିଥିଲେ। ସେଥିପାଇଁ ସେ ସବୁବେଳେ ଘରକୁ ଆସୁଥିଲା। ଏହି ସମ୍ପର୍କ ବର୍ଷେ କି ଦୁଇ ବର୍ଷର ନୁହେଁ, ଦୀର୍ଘ ୧୦ ବର୍ଷ ଧରି ପଦୁଙ୍କ ଘରକୁ ବବୁଆ ରୋଜ ଆସୁଥିଲା। ପଦୁଙ୍କ ସ୍ତ୍ରୀ ବବୁଆକୁ ନିଜ ପୁଅଠାରୁ ଅଧିକ ସ୍ନେହ କରୁଥିଲେ। କିନ୍ତୁ ବବୁଆ ମନରେ ଥିଲା ମନ୍ଦ ଉଦ୍ଦେଶ୍ୟ। ଏହାକୁ ଚରିତାର୍ଥ କରିବା ପାଇଁ ସେ ରଚିଲା ଷଡ଼ଯନ୍ତ୍ର।

ରବିବାର ରାତିରେ କାହିଁକି ଘଟିଲା ଏଭଳି ଅଘଟଣ? କେଉଁ ପରିସ୍ଥିତିରେ ନିଜ ଧରମ ମାଆଙ୍କୁ ହତ୍ୟା କଲା ବବୁଆ? ହତ୍ୟାକାଣ୍ଡ ପରଠୁ ମୃତ ମହିଳାଙ୍କ ସ୍ୱାମୀ ଗଲେ କୁଆଡେ ? ଏସବୁ ଦିଗକୁ ଧରି ପୁଲିସ ତନାଘନା ଜାରି ରଖିଥିବା ବେଳେ ବବୁଆ ଧରମ ମାଆକୁ ହତ୍ୟା କରିବା ସହ ଧରମ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା କହିଛନ୍ତି ଭଦ୍ରକ ଏସ୍ପି ବାତୁଲା ଗଙ୍ଗାଧର। ଶୋଇବା ଘରୁ ବାୟୋଲଜିକାଲ୍ ସ୍ୟାମ୍ପଲ୍ ସଂଗ୍ରହ କରାଯାଇ ଫରେନ୍ସିକ୍ ଲ୍ୟାବ୍କୁ ପଠାଇବା ସହ ସଂପୃକ୍ତ ଝିଅର ଡାକ୍ତରୀମାଇନା କରାଯାଇଥିବା ଏସ୍ପି କହିଛନ୍ତି।

from OdishaReporter https://ift.tt/2vimstL
No comments:
Post a Comment