ଇଞ୍ଜେକ୍‌ସନ୍ ନେଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଇଞ୍ଜେକ୍‌ସନ୍ ନେଲା ଜୀବନ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ବାଲିକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କ୍ୱାକ୍‌ର ଇଞ୍ଜେକ୍‌ସନ୍‌ରେ ୧୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବ୍ରତ।

ସୂଚନା ଅନୁସାରେ, ସୁବ୍ରତଙ୍କୁ ଜ୍ୱର ହେବାରୁ ଆଜି ସକାଳେ ତାଙ୍କ ବାପା ମେଘନାନ୍ଦ ଗାଁରେ ମେଡିସିନ୍ ଷ୍ଟୋର କରିଥିବା କୋଲକତାର ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସୁବତ୍ରଙ୍କୁ କ୍ୱାକ୍‌ ଇଞ୍ଜେକ୍‌ସନ୍‌ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ୍‌ ନେବାର ଦଶରୁ ପନ୍ଦର ମିନିଟ୍ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।  ସୁବତ୍ରଙ୍କ ପାଟିରୁ ଫେଣ ବାହାରିବାରୁ ତାଙ୍କୁ ସଙ୍ଗେସଙ୍ଗେ ରାଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



from OdishaReporter https://ift.tt/2mkioFC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages