ମୋଦିଙ୍କ ମନ୍‌ କି ବାତ୍‌: ଯୁବବର୍ଗଙ୍କ ସଫଳତା କଥା କହିଲେ, ମହାକବି ନୀରଜଙ୍କୁ ମନେପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ମୋଦିଙ୍କ ମନ୍‌ କି ବାତ୍‌: ଯୁବବର୍ଗଙ୍କ ସଫଳତା କଥା କହିଲେ, ମହାକବି ନୀରଜଙ୍କୁ ମନେପକାଇଲେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ର ୪୬ ତମ ସଂସ୍କରଣରେ ଦେଶର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବବର୍ଗଙ୍କୁ ପ୍ରଶଂସା କରିଛନ୍ତି।

ଏଥିସହ ନିକଟରେ ପରଲୋକ ଗମନ କରିଥିବା ମହାକବି ନୀରଜଙ୍କ କଥା ମନେପକାଇଛନ୍ତି। ଏହାବାଦ୍‌ ମଧ୍ୟପ୍ରଦେଶର ଜଣେ ଗରିବ ପରିବାରର ଛାତ୍ର ଯୋଧପୁର ଏମ୍‌ସ ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ମୋଦି ତାଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି।

ଆଜି ଦିନ ୧୧ଟାରେ ରେଡିଓ ଜରିଆରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଏବେ ଅନେକ ସ୍ଥାନରେ ଭଲ ବର୍ଷା ହେଉଛି। କିନ୍ତୁ କିଛି ସ୍ଥାନରେ ଅଧିକ ବର୍ଷା ହେବାରୁ ପରିସ୍ଥିତି ଅସମ୍ଭାଳ ହୋଇଯାଉଛି।

ଆଉ କିଛି ସ୍ଥାନରେ ଆଜି ବି ଲୋକମାନେ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ଭାରତର ବିଶାଳତା ଓ ବିବିଧତା ମଧ୍ୟରେ କେବେକେବେ ବର୍ଷା ମଧ୍ୟ ତା’ର ପସନ୍ଦ ବା ନାପସନ୍ଦ ଜଣାଇ ଦେଉଛି।

ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ଦୀର୍ଘ ୧୮ ଦିନ ଫସି  ରହିବା ପରେ ଉଦ୍ଧାର ହୋଇଥିବା ଅଣ୍ଡର ୧୬ ଫୁଟବଲ୍‌ ଖେଳାଳିଙ୍କ କଥା ମୋଦି କହିଛନ୍ତି।

ଅହମଦାବାଦର ଅଟୋ ଚାଳକଙ୍କ ଝିଅ ଆଫରିନ୍‌ ଶେଖ, ନାଗପୁରର ସ୍କୁଲ ବସ୍‌ ଚାଳକଙ୍କ ଝିଅ ଖୁସୀ, ହରିଆଣାର ଜଣେ ଚୌକିଦାରଙ୍କ ପୁଅ କାର୍ତ୍ତିକ, ଝାରଖଣ୍ଡର ଇଟାଭାଟି ଶ୍ରମିକଙ୍କ ପୁଅ  ରମେଶ ସାହୁ କିମ୍ବା  ଗୁରୁଗ୍ରାମର ଦିବ୍ୟାଙ୍ଗ ବାଳିକା ଅନୁଷ୍କା ପାଣ୍ଡା ହୁଅନ୍ତୁ, ଏମାନେ ସମସ୍ତେ ନିଜ ନିଜର ଦୃଢ଼ ସଂକଳ୍ପ ଓ ସାହସ ଦ୍ୱାରା ପ୍ରତିଟି ବାଧାବିଘ୍ନକୁ ଅତିକ୍ରମ କରି ସଫଳତା ପାଇଛନ୍ତି। ସେମାନଙ୍କଠାରୁ ସମସ୍ତଙ୍କୁ କିଛି ଶିଖିବାର ଅଛି ବୋଲି ମୋଦି କହିଛନ୍ତି।

ସେହିପରି ରାଏବରେଲୀର ଦୁଇଜଣ ଆଇଟି ପ୍ରଫେସନାଲ୍‌ସ ସ୍ମାର୍ଟ ଗାଓଁ ଆପ୍ସ ନିର୍ମାଣ କରିଥିବାରୁ ଶ୍ରୀ ମୋଦି ସେମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।



from OdishaReporter https://ift.tt/2NUZwIR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages