‘ଅଧାଲେଖା ଚିଠି’କୁ ଭଲ ରେସ୍‌ପନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

‘ଅଧାଲେଖା ଚିଠି’କୁ ଭଲ ରେସ୍‌ପନ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଯାଇଛି ଓଡ଼ିଆ ଶର୍ଟ ଫିଲ୍ମ ‘ଅଧା ଲେଖା ଚିଠି’। ଗତ ୨୦ ତାରିଖରେ ଫିଲ୍ମଟି ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ V-Tunes Proରେ ମୁକ୍ତିଲାଭ କରିଛି। ସୋଶାଲ୍‌ ମିଡିଆରେ ଏହାକୁ ଭଲ ରେସ୍‌ପନ୍ସ ମିଶିଛି। ଏବେଯାଏ ଏହାକୁ ୩୨,୨୯୩ ଜଣ ଦେଖି ସାରିଲେଣି। ବିଶେଷ କରି ଯୁବପୀଢ଼ିଙ୍କୁ ଫିଲ୍ମଟି ଅଧିକ ଆକୃଷ୍ଟ କରିପାରିଛି। ଓଡ଼ିଆ ଫିଲ୍ମ ଜଗତରେ ଏହା ଏକ ନୂତନ ଆରମ୍ଭ ବୋଲି ଦର୍ଶକମାନେ କହିଛନ୍ତି। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା କରିଛନ୍ତି ମାନସ ପଢ଼ିଆରୀ। ନିଦ୍ଦେର୍ଶନା ଦେଇଛନ୍ତି ଅଜୟ ପାଢ଼ୀ। ଶିବାନନ୍ଦ ଜେନା ଏହାର ଏଡିଟିଂ କରିଥିବା ବେଳେ, ସତ୍ୟମ ଶିବମ୍ ସୁନ୍ଦରମ୍ କରିଛନ୍ତି ଚିତ୍ରୋତ୍ତୋଳନ। Phoenix Film Labs Pvt. Ltd V-tunes Pro ଏବଂ Padhiary Creatives ମିଳିତ ଭାବରେ ଏହି ଶର୍ଟ ଫିଲ୍ମର ନିର୍ମାଣ କରିଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଟେଲି ଜଗତର ଲୋକପ୍ରିୟ କଳାକାର ଚିନ୍ମୟ, ଶ୍ରଦ୍ଧା ଓ ସୋନାଲି।

ଫିଲ୍ମଟିର କାହାଣୀ ଆରମ୍ଭ ହେଉଛି ଚିନ୍ମୟଙ୍କର ଏକ ଚିଠି ଲେଖାରୁ। ଚିନ୍ମୟ ହେଉଛନ୍ତି ଜଣେ ଲେଖକ। ସେ ଅନେକ କାହାଣୀ ଲେଖିଛନ୍ତି। ହେଲେ ନିଜ ପ୍ରେମ କାହାଣୀକୁ  କେବେ ଲେଖିପାରି ନାହାନ୍ତି। କେତେବେଳେ ମନର ଭୟ ପାଇଁ କଲମ ଅଟକି ଯାଏ ତ କେତେବେଳେ ତାଙ୍କ ପ୍ରେମ କାହାଣୀକୁ କାଗଜରେ ଉତାରିବା ପାଇଁ ଶବ୍ଦ ମିଳେ ନାହିଁ। ଆଉ ଏହା ପରେ ସେ ନିଜ କାହାଣୀ କହିବା ଆରମ୍ଭ କରୁଛନ୍ତି। ହେଲେ ଏଠି ତାଙ୍କ ପ୍ରେମ କାହାଣୀ କେମିତି ସଫଳ ହୋଇଥିଲା ତାହା ଟିକେ ନିଆରା। ଚିନ୍ମୟ ତାଙ୍କ ପ୍ରେମିକା ଶୈଳେଜାଙ୍କୁ ନିଜ ଅଧା ଲେଖା ଚିଠି ଦେଲେ ନା ନାହିଁ ଏହାକୁ ନେଇ ସମ୍ପୂର୍ଣ୍ଣ କାହାଣୀ।

କିଛି ଦିନ ପୂର୍ବରୁ ଏହି ଶର୍ଟ ଫିଲ୍ମର ଏକ ଗୀତ ରିଲିଜ୍ ହୋଇଥିଲା। ଗୀତଟିକୁ ମଧ୍ୟ ଜବରଦସ୍ତ ରେସପନ୍ସ୍‌ ମିଳିଥିଲା। ଯାହାର ନାଁ ରହିଛି ‘ତତେ ଭଲପାଏ ବୋଲି କହି ପାରେନା’। ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଗାୟକ ରତିକାନ୍ତ ଶତପଥୀ। ଏହାକୁ ମାନସ ପଢ଼ିଆରୀ ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା।

https://www.youtube.com/watch?v=MSGtA77t5og



from OdishaReporter https://ift.tt/2LHDps8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages