ପୋଲାଭରମ୍ ମାମଲା: ସୁପ୍ରିମକୋର୍ଟ କହିଲେ, ନିର୍ଦ୍ଦିଷ୍ଟ ପ୍ରସଙ୍ଗ କ’ଣ ୩୦ ତାରିଖ ସୁଦ୍ଧା ଜଣାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ପୋଲାଭରମ୍ ମାମଲା: ସୁପ୍ରିମକୋର୍ଟ କହିଲେ, ନିର୍ଦ୍ଦିଷ୍ଟ ପ୍ରସଙ୍ଗ କ’ଣ ୩୦ ତାରିଖ ସୁଦ୍ଧା ଜଣାଅ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ମାମଲାରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କୁ ଜୁଲାଇ ୩୦ ତାରିଖ ସୁଦ୍ଧା ନିଜର ଚୂଡ଼ାନ୍ତ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି। କେଉଁସବୁ ପ୍ରସଙ୍ଗକୁ ସମ୍ପୃକ୍ତ ରାଜ୍ୟ ସରକାର ମାନେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ତାହା ନିର୍ଦ୍ଦିଷ୍ଟ ଭାବେ ଜୁଲାଇ ୩୦ ତାରିଖ ସୁଦ୍ଧା ଜଣାଇବାକୁ କହିଛନ୍ତି। ଯଦି ଏହି ଅବଧି ମଧ୍ୟରେ ରାଜ୍ୟଗୁଡ଼ିକ ନିଜର ପ୍ରସଙ୍ଗକୁ ସ୍ଥିର କରିବାରେ ସକ୍ଷମ ନହେବେ, ତା’ହେଲେ କୋର୍ଟ ନିଜେ ହିଁ ପ୍ରସଙ୍ଗ ଚୂଡ଼ାନ୍ତ କରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ମଦନ ବିଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସୋମବାର ଓଡ଼ିଶା ସରକାରଙ୍କ ଆବେଦନର ଶୁଣାଣି କରି ଏହି ନିଦ୍ଦେର୍ଶ ଦେଇଛନ୍ତି। ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦିଆଯିବାକୁ ବିରୋଧ କରିବା ସହ ବଚାୱତ୍ ଟ୍ରିବ୍ୟୁନାଲ ନିଦ୍ଦେର୍ଶକୁ ମଧ୍ୟ ଏହି ପ୍ରକଳ୍ପ ପାଇଁ ଅବମାନନା କରାଯାଇଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଏହି ପ୍ରକଳ୍ପ ଯୋଗୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର ୬୦୦ ଜନବସତି, ୮ ହଜାର ଏକର ଜଙ୍ଗଲ ଜମି ଓ ୫୦୦ ଏକର ବନ୍ୟଜନ୍ତୁ ସଂରକ୍ଷଣ ଅଂଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ତେଣୁଏହି ପ୍ରକଳ୍ପକୁ ବାତିଲ କରାଯାଉ, ଯାହା ଫଳରେ ଓଡ଼ିଶାର କୌଣସି କ୍ଷତି ହେବନାହିଁ। ପୋଲାଭରମ୍‌କୁ ଜାତୀୟ ମାନ୍ୟତା ଦିଆଯିବା ଠିକ୍ ନୁହେଁ ବୋଲି ଓଡ଼ିଶା ଯୁକ୍ତି ବାଢ଼ିଥିଲା। ୨୦୦୭ ମସିହାରେ ଜାତୀୟ ପରିବେଶ ଆପିଲେଟ୍ ପ୍ରାଧିକରଣ ଏହି ପ୍ରକଳ୍ପର ପରିବେଶ ଅନୁମତିକୁ ବାତିଲ୍ କରିଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ମଧ୍ୟ ୨୦୧୧ ଫେବୃୟାରୀ ୮ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିଦ୍ଦେର୍ଶ ଦେଇଥିଲେ। କିନ୍ତୁ ପରେ ନିଜର ଏହି ନିଦ୍ଦେର୍ଶକୁ ସ୍ଥଗିତ ରଖିଛନ୍ତି। ତେବେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ସରକାରଙ୍କ ସହ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ୩ଥର ବୈଠକ ହୋଇଥିଲେ ମଧ୍ୟ ସେମାନେ ନିଜର ସମସ୍ୟାକୁ ନେଇ କୌଣସି ସୂଚନା ଦେଇନାହାନ୍ତି। ମାତ୍ର ଆନ୍ଧ୍ର ସରକାରଙ୍କ ଏହି ଯୁକ୍ତିକୁ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ବିରୋଧ କରିଥିଲେ।



from OdishaReporter https://ift.tt/2A4kJhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages