
ନୂଆଦିଲ୍ଲୀ: ରୁଟି ଜଳିଯିବାରୁ ପତ୍ନୀଙ୍କୁ ତଲାକ୍ ଦେଇଛନ୍ତି ଜଣେ ମୁସଲମାନ ବ୍ୟକ୍ତି। ତଲାକ୍ ଦେବାପରେ ସେ ପତ୍ନୀଙ୍କୁ ଘରୁ ବାହାର ମଧ୍ୟ କରିଦେଇଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ।
ସୂଚନା ଅନୁଯାୟୀ, ଗତ ବର୍ଷ ଜୁଲାଇ ୪ତାରିଖ ଦିନ କରହରା ଗାଁର ରଜିୟାଙ୍କ ବିବାହ ପହରେଥା ଗାଁର ନିହାଲ ଖାନ୍ଙ୍କ ସହ ହୋଇଥିଲା।
ରଜିୟାଙ୍କ ଅଭିଯୋଗ ଅନୁଯାୟୀ, ରୁଟି ଟିକେ ପୋଡ଼ିଯିବାରୁ ସ୍ୱାମୀ ରାଗିଯାଇ ତାଙ୍କୁ ତଲାକ୍ ଦେଇଛନ୍ତି। ଏଥିସହ ସେ ତାଙ୍କୁ ଘରୁ ମଧ୍ୟ ତଡ଼ିଦେଇଛନ୍ତି। ଏହାପରେ ରଜିୟା ଥାନା ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କ କଥା ନଶୁଣି ଚାଲିଯିବାକୁ କହିଥିଲେ। ବାଧ୍ୟହୋଇ ରଜିୟା ସିନିୟର୍ ପୁଲିସ୍ ଅଫିସର୍ଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ।
ତଲାକ୍ ଦେବାର ୩ ଦିନ ପୂର୍ବରୁ ସ୍ୱାମୀ ସାଗିରେଟ୍ରେ ତାଙ୍କ ଶରୀରର କିଛି ସ୍ଥାନରେ ଚିଆଁ ଲଗାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ରଜିୟା।
ଏବେ ପାରିବାରିକ ହିଂସା କାନୁନ ଅନୁଯାୟୀ ସ୍ୱାମୀ ନିହାଲ୍ ଖାନ୍ଙ୍କ ନାଁରେ ମାମଲା ଆରମ୍ଭ କରିବା ପାଇଁ ଥାନାକୁ ଆଦେଶ ଦିଆଯାଇଛି।
from OdishaReporter https://ift.tt/2LaGLQC
No comments:
Post a Comment