ଭଙ୍ଗା ସମ୍ପର୍କ ଯୋଡ଼ିବ ଏହି ହସ୍ପିଟାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଭଙ୍ଗା ସମ୍ପର୍କ ଯୋଡ଼ିବ ଏହି ହସ୍ପିଟାଲ୍‌

heart

ନୂଆଦିଲ୍ଲୀ: ଆପଣ ରୋଗର ଚିକିତ୍ସା କରିବା ପାଇଁ ହସ୍ପିଟାଲ୍‌ ଯାଉଥିବେ। ହେଲେ କେବେ ଶୁଣିଛନ୍ତି, ସମ୍ପର୍କ ଭାଙ୍ଗିଗଲେ ଲୋକେ ହସ୍ପିଟାଲ୍‌ ଯିବା କଥା। ଏହି ଖବର ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ହସ ଲାଗୁଥିବ। ହସ ଲାଗିଲେ ବି କଥାଟା ସତ। ଆପଣ ଭାବୁଥିବେ ଏ କି ପ୍ରକାର ହସ୍ପିଟାଲ୍‌। ଯାହା ବିଷୟରେ ଆପଣ କେବେ ଶୁଣି ନ ଥିବେ।  ଆଜ୍ଞା ହଁ, ଦେଶରେ ପ୍ରଥମ ଥର ପାଇଁ ଏହି ହସ୍ପିଟାଲ୍‌ରେ ଭାଙ୍ଗି ଯାଇଥିବା ସମ୍ପର୍କର ଚିକିତ୍ସା କରାଯିବ। ମା’-ପୁଅ, ସ୍ୱାମୀ-ସ୍ତ୍ରୀ, ଶାଶୂ-ବୋହୂ ଏହିପରି କୌଣସି ସମ୍ପର୍କରେ ଯଦି ସମସ୍ୟା ବା ତିକ୍ତତା ସୃଷ୍ଟି ହୋଇଛି, ଏହି ହସ୍ପିଟାଲ୍‌ରେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯିବ। ଦିଲ୍ଲୀର ‘ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ବିହେଭିୟର୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍ସେସ୍‌'(IHBAS) ହସ୍ପିଟାଲ୍‌ରେ କ୍ରାଇସିସ୍‌ ଇଣ୍ଟର୍‌ଭେନ୍‌ସନ୍‌ ୟୁନିଟ୍‌(ସିଆଇୟୁ) ଖୋଲିବାକୁ ଯାଉଛି। ଡାକ୍ତରମାନେ ଏହାର ପୂରା ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ପ୍ରଥମେ ଏହି ଚିକିତ୍ସା ପଦ୍ଧତିକୁ ପରୀକ୍ଷଣ କରାଯିବ। ଏହା ସଫଳ ହେଲେ ଆଗକୁ ମଧ୍ୟ ଏହି ଚିକିତ୍ସା ପଦ୍ଧତି ଜାରି ରହିବ।

ଜାଣନ୍ତୁ କିପରି ହେବ ଚିକିତ୍ସା
୧.ଦିଲ୍ଲୀର ‘ଇହବାସ’ ହସ୍ପିଟାଲ୍‌ରେ ମାନସିକ ରୋଗୀଙ୍କର ଚିକିତ୍ସା ହୋଇଥାଏ। କିନ୍ତୁ ଭାଙ୍ଗି ଯାଇଥିବା ସମ୍ପର୍କର ଚିକିତ୍ସା ନିଆରା। ଏଠାକାର ଡାକ୍ତରମାନେ ଦାବି କରନ୍ତି ଯେ ଦେଶରେ କୌଣସି ସରକାରୀ ଏବଂ ବେସରକାରୀ ହସ୍ପିଟାଲ୍‌ରେ ଏ ପ୍ରକାରର ଚିକିତ୍ସା ବ୍ୟବସ୍ଥା ନାହିଁ।
୨. ଏହି ନିଆରା ହସ୍ପିଟାଲ୍‌ ତିଆରି କରିବା ପାଇଁ ସରକାରୀ ସ୍ତରରେ ମଧ୍ୟ ଅନୁମତି ମିଳି ସାରିଛି। ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଏଠାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର୍(ଏସ୍‌ଓପି) ତିଆରି କରାଯାଉଛି। ସିଆଇୟୁରେ ମଧ୍ୟ ୫ଟି ସଯ୍ୟା ରଖାଯିବ। ପରେ ସଯ୍ୟା ସଂଖ୍ୟା ବଢ଼ାଯିବ।

୩. ‘ଇହବାସ’ ହସ୍ପିଟାଲ୍‌ର ଡାକ୍ତରମାନେ କୁହନ୍ତି, ସିଆଇୟୁକୁ ଯେଉଁ ରୋଗୀ ଆସିବେ ତାଙ୍କୁ ଘର ପରି ବାତାବରଣରେ ରଖାଯିବ। ସେଠାରେ ତାଙ୍କୁ ଭାବନାତ୍ମକ ସାହାଯ୍ୟ ଦେବାକୁ ଚେଷ୍ଟା କରାଯିବ। ଯେଉଁ କ୍ଷେତ୍ରରେ ପାରିବାରିକ ଝଗଡ଼ା କାରଣରୁ ସମ୍ପର୍କ ଭାଙ୍ଗି ଯିବାର ପରିସ୍ଥିତି ସୃଷ୍ଟି ହୋଇଥାଏ ସେପରି ସ୍ଥଳେ ଭାବନାତ୍ମକ ସାହାଯ୍ୟର ବହୁତ ଆବଶ୍ୟକତା ପଡ଼ିଥାଏ। ଏହି ସମ୍ବେଦନଶୀଳ ସଙ୍କଟରୁ ରୋଗୀକୁ ବାହାର କରିବାର ଦାୟିତ୍ୱ ସିଆଇୟୁର ଡାକ୍ତରଙ୍କ ଉପରେ ନ୍ୟସ୍ତ।
୪.ସିଆଇୟୁରେ ଭର୍ତ୍ତି ହୋଇଥିବା ଲୋକଙ୍କର ମାନସିକ ପରିସ୍ଥିତିକୁ ବୁଝିସାରିବା ପରେ  ମନୋବ୍ୟାଧି ଚିକିତ୍ସକ, ମନସ୍ତତ୍ତ୍ୱବିତ୍‌ ଏବଂ ସମାଜ ସେବକଙ୍କ ସାହାଯ୍ୟ ନେଇ ସେମାନଙ୍କର କାଉନ୍‌ସେଲିଂ କରାଯିବ।
୫. ସ୍ୱାମୀ-ସ୍ତ୍ରୀ, ପ୍ରେମିକ-ପ୍ରେମିକା, ବାପା-ପୁଅ, ମାଆ-ପୁଅ ଏବଂ ଶାଶୂ-ବୋହୂଙ୍କର ଭାଙ୍ଗି ଯାଇଥିବା ସମ୍ପର୍କର ଚିକିତ୍ସା ସିଆଇୟୁରେ ପ୍ରାଥମିକ ସ୍ତରରେ କରାଯିବ। ଯେଉଁମାନଙ୍କର ସମ୍ପର୍କ ଅତି ଖରାପ ଅବସ୍ଥାରେ ଥିବ ସେମାନଙ୍କୁ ମନସ୍ତତ୍ତ୍ୱବିତ୍‌ ଓ ସମାଜ ସେବକମାନେ ମିଶି ଭାବନାତ୍ମକ ସାହାଯ୍ୟ ଦେବାର କାର୍ଯ୍ୟ କରିବେ।

 

 

 

 



from OdishaReporter https://ift.tt/2JcGAm6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages