ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୪ ନମ୍ୱର ମାର୍କେଟ୍‌ରୁ ଆଜି ସଂଗ୍ରହ କରାଯାଇଥିବା ପାମ୍ପ୍ଲେଟ୍‌ ମାଛରେ ଫର୍ମାଲିନ୍‌ ରହିଛି। ସଂଗ୍ରହ କରାଯାଇଥିବା ୯ଟି ନମୁନା ମଧ୍ୟରୁ ଗୋଟିକରେ ଏହି ବିଷାକ୍ତ ଫର୍ମାଲିନ୍‌ ମିଳିଥିବା ଲ୍ୟାବ୍‌ ଟେଷ୍ଟରୁ ଜଣାପଡ଼ିଛି। ଏନେଇ ସ୍ପଷ୍ଟ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ।

ସେ କହିଛନ୍ତି-“ଆଜି ଭୋର ୪ଟାରୁ ୬ଟା ଭିତରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୧୨ ଜଣିଆ ଟିମ୍‌ ଭୁବନେଶ୍ୱର ବ୍ୟସ୍ତବହୁଳ ୪- ନମ୍ୱର ମାର୍କେଟ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ରୋହି, ମିରିକାଳି, ପାମ୍ପ୍ଲେଟ୍‌ ଆଦି ମାଛର ୯ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ପାମ୍ପ୍ଲେଟ୍‌ ମାଛ ନମୁନାରୁ ଫର୍ମାଲିନ ମିଳିଛି। ଏହି ବିଷାକ୍ତ ମାଛ କେଉଁ ଡିପୋରୁ ଆସିଛି, ତାହାର ତଦନ୍ତ କରାଯିବ। ଏପରିକି ଉକ୍ତ ମାଛକୁ ନଷ୍ଟ ମଧ୍ୟ କରାଯିବ। ଏହା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେ ଆହୁରି କହିଛନ୍ତି-“ମାଛରେ ବିଷାକ୍ତ ଫର୍ମାଲିନ୍‌ ମିଳିବା ପରେ ନମୁନା ସଂଗ୍ରହ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯିବ। ବିଶେଷକରି ଉପକୂଳ ଅଞ୍ଚଳର ଜିଲ୍ଲାପାଳମାନେ ଏଥିପ୍ରତି ବେଶୀ ଧ୍ୟାନ ଦେବାକୁ କୁହାଯାଇଛି। ଏପରିକି ମାଛରେ ଫର୍ମାଲିନ୍‌ ବ୍ୟବହାର ନକରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ମାଛ ବଜାରକୁ ଯାଇ ମାନ ଯାଞ୍ଚ କରିବ।”

ସେ କହିଛନ୍ତି-“ଓଡ଼ିଶାରେ ପ୍ରତିବର୍ଷ ୪.୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଓ ୭୫୮୦ ଲକ୍ଷ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦନ ହେଉଛି। ତଥାପି ୫୦ ଲକ୍ଷ ଟନ୍‌ ମାଛ ଆବଶ୍ୟକ ହେଉଛି। ଏହି ମାଛ ବାହାରୁ ଆମଦାନୀ କରାଯାଉଛି। ସେହିପରି ଦେଢ଼ ଲକ୍ଷ ଟନ୍‌ ସମୁଦ୍ର ମାଛ ମଧ୍ୟ ଧରାଯାଉଛି। ମାତ୍ର ଏହି ମାଛକୁ ବିଦେଶକୁ ଚାଲାଣ କରାଯାଉଛି।”



from OdishaReporter https://ift.tt/2mdkpmE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages